ହୃଦ୍‌ଘାତରେ ପ୍ରାଣ ହରାଇଲେ ଡା. ପି.କେ ମହାପାତ୍ର

ଭୁବନେଶ୍ବର : ନିଜର ୨୫ତମ ବିବାହ ବାର୍ଷିକୀରେ ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି ସର୍ଜରି ବିଶେଷଜ୍ଞ ଡା.ପ୍ରଦୀପ୍ତ କୁମାର ମହାପାତ୍ର। ମୃତ୍ୟୁ ବେଳଙ୍କୁ ତାଙ୍କୁ ୫୪ବର୍ଷ ହୋଇଥିଲା। କ୍ୟାପିଟାଲ ହସ୍ପିଟାଲରେ ଡ୍ୟୁଟି କରୁଥିବା ଡା.ମହାପାତ୍ର ନିଜେ କ୍ୟାପିଟାଲ ହସ୍ପିଟାଲରେ ହିଁ ପ୍ରାଣ ହରାଇଛନ୍ତି। ଯାହାକୁ ନେଇ ଆଜି ହସ୍ପିଟାଲରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ବିବାହ ବାର୍ଷିକୀ ପାଇଁ ଡା.ମହାପାତ୍ର ସମସ୍ତ ବ୍ୟବସ୍ଥା କରିଥିଲେ। ସଂଧ୍ୟାରେ ଘରେ ଭୋଜିଭାତର ଆୟୋଜନ କରିଥିଲେ। ଏଥିପାଇଁ ଦିନରେ ମାର୍କେଟିଂ କରୁଥିଲେ। ଦିନ ପ୍ରାୟ ୧୧ଟା ସମୟରେ ତାଙ୍କୁ ଅଣନିଶ୍ବାସୀ ଅନୁଭବ ହୋଇଥିଲା। ବାଧ୍ୟହୋଇ ଘରକୁ ଆସିବା ପରେ ଘରେ ପଡ଼ି ଯାଇଥିଲେ। ତୁରନ୍ତ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା। ହସ୍ପିଟାଲରେ ପିସିଆର କରାଯିବା ସହିତ ଭେଣ୍ଟିଲେଟରରେ ରଖାଯାଇଥିଲା। ହେଲେ ଦିନ ପ୍ରାୟ ୨ଟା ବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିବା ସୂଚନା ଦେଇଛନ୍ତି ହସ୍ପିଟାଲ ନିର୍ଦେଶକ ଡା.ଲକ୍ଷ୍ମୀଧର ସାହୁ। ସଂଧ୍ୟାରେ ତାଙ୍କର ଶେଷକୃତ ସଂପନ୍ନ ହୋଇଥିବା ସୂଚନା ମିଳିଛି।
ଡା.ମହାପାତ୍ର ଏହା ପୂର୍ବରୁ ବଲାଙ୍ଗୀର, ବୌଦ୍ଧ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ସର୍ଜରି ବିଶେଷଜ୍ଞଭାବେ କାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର