କଟକ : ଭାରତୀୟ ଚିକିତ୍ସକ ସଂଘ(ଆଇଏମ୍ଏ)ର ରାଜ୍ୟ ସଭାପତି ଭାବେ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ରଜତ କୁମାର ରାୟ ନିର୍ବାଚିତ ହୋଇଛନ୍ତି। ସମ୍ପ୍ରତି ସେ ରାଉରକେଲାର ହାଇଟେକ୍ ହସ୍ପିଟାଲ୍ରେ କାର୍ଯ୍ୟ କରୁଥିବା ବେଳେ ଆସନ୍ତା ଫେବ୍ରୁଆରି ୧୯ ତାରିଖରେ ହେବାକୁ ଥିବା ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ସେ ଦାୟିତ୍ୱ ଗ୍ରହଣ କରିବେ ବୋଲି ଆଇଏମ୍ଏ ରାଜ୍ୟ ଶାଖା ପକ୍ଷରୁ ସୂଚନା ଦିଆଯାଇଛି। ଜଗତସିଂହପୁର ଜିଲ୍ଲାରେ ଜନ୍ମିତ ପ୍ରଫେସର ଡାକ୍ତର ରାୟ ପୂବର୍ରୁ ଏଫ୍ଓଜିଏସ୍ଆଇର ଉପ-ସଭାପତି ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି। ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ପ୍ରଫେସର ଡାକ୍ତର ରାୟଙ୍କର ସୁଖ୍ୟାତି ରହିଛି।
ଆଇଏମ୍ଏ ରାଜ୍ୟ ସଭାପତି ହେଲେ ଡାକ୍ତର ରଜତ କୁମାର ରାୟ
/sambad/media/post_attachments/wp-content/uploads/2022/01/dr-rajat-kumar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)