କଟକ : ଓଡ଼ିଶା ଶିଶୁ-ସାହିତ୍ୟ ଲେଖକ ସମ୍ମେଳନର ସର୍ବୋଚ୍ଚ ସମ୍ମାନ ଅନନ୍ତ ପଟ୍ଟନାୟକ ଶିଶୁ-ସାହିତ୍ୟ ସମ୍ମାନ ବିଶିଷ୍ଟ ଶିଶୁ-ସାହିତ୍ୟ ସ୍ରଷ୍ଟା ତଥା ଜନପ୍ରିୟ ବିଜ୍ଞାନ ଲେଖକ ଡକ୍ଟର ରମେଶ ଚନ୍ଦ୍ର ପରିଡ଼ାଙ୍କୁ ପ୍ରଦାନ କରାଯିବ। ଆସନ୍ତା ୧୮ତାରିଖରେ ଏବିଆଇଟି କନ୍‌ଫରେନ୍ସ ହଲ୍‌ରେ ୧୭ତମ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଡକ୍ଟର ପରିଡ଼ାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଏଥି ସହିତ ଭୁବନେଶ୍ୱରର ରବୀନ୍ଦ୍ର ମାଝୀଙ୍କୁ ନନ୍ଦ କିଶୋର ସାମଲ ସ୍ମୃତି ସମ୍ମାନ, ଡକ୍ଟର ଉପେନ୍ଦ୍ର କୁମାର ଜେନାଙ୍କୁ ପ୍ରଫେସର ଜଗମୋହନ ରାଠୋର ଶିଶୁସାହିତ୍ୟ ଗବେଷଣା ସମ୍ମାନ, କେନ୍ଦ୍ରାପଡ଼ାର ନଟବର ସାହୁଙ୍କୁ ଜୟକୃଷ୍ଣ ସାହୁ ଶିଶୁ-ସାହିତ୍ୟ ସମ୍ମାନ, କୋରାପୁଟର ବୀରକିଶୋର ନାୟକଙ୍କୁ ଗୌରହରି ଶିଶୁଗୀତି ସମ୍ମାନ, ପୁରୀର ସୁକାନ୍ତ ପଣ୍ଡାଙ୍କୁ ବିଶୋଇ ହାଡ଼ିବନ୍ଧୁ ସାମନ୍ତରାୟ ସ୍ମାରକୀ ସଂପାଦନା ସମ୍ମାନ, କଟକର ଅର୍ଚ୍ଚନାରାଣୀ ଭୂୟାଁଙ୍କୁ ପଦ୍ମଶ୍ରୀ ଲକ୍ଷ୍ମୀନାରାୟଣ ସାହୁ ସଂଗଠନ ସମ୍ମାନ, ବରଗଡ଼ର ରବି ନାରାୟଣ ସାହୁଙ୍କୁ ବିଦ୍ୟୁତ୍‌ଲତା-ସଚ୍ଚିଦାନନ୍ଦ ଶିଶୁ-ସାହିତ୍ୟ ସମ୍ମାନ, କେନ୍ଦୁଝରର କ୍ଷମାକର ବେହେରାଙ୍କୁ ଘନଶ୍ୟାମ ପାଣି ଯୁବ-ପ୍ରତିଭା ସମ୍ମାନ, କଟକର ଶ୍ରୀମାନ୍‌ ସମ୍ବିତ୍‌ ନାୟକଙ୍କୁ ଶୁକଦେବ ବାରିକ୍‌ ଶିଶୁ-ପ୍ରତିଭା ସମ୍ମାନ, ଓ ସୁଶ୍ରୀ ଦେବସ୍ମିତା ନାୟକଙ୍କୁ ସାବିତ୍ରୀ ମହାପାତ୍ର ଶିଶୁପ୍ରତିଭା ସମ୍ମାନ ପ୍ରଦାନ କରାଯିବ ବୋଲି ସମ୍ମେଳନର ସାଧାରଣ ସଂପାଦକ ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଜଣାଇଛନ୍ତି।