ଜାମିନ ପାଇଁ ହାଇକୋର୍ଟରେ ଡାକ୍ତର ରବୀନ୍ଦ୍ର ଜେନାଙ୍କ ଆବେଦନ

କଟକ : ଏସ୍‌ସିବି ମେଡିକାଲ କଲେଜର କ୍ଲିନିକାଲ ହେମାଟୋଲୋଜି ବିଭାଗର ନିଲମ୍ବିତ ପ୍ରଫେସର ଡାକ୍ତର ରବୀନ୍ଦ୍ର କୁମାର ଜେନା ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ନିମ୍ନ ଅଦାଲତରେ ଜାମିନ ଖାରଜ ହେବା ପରେ ସେ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ଉଦ୍ଦେଶ୍ୟମୂଳକ ଭାବେ ଔଷଧ କମ୍ପାନିକୁ ସୁହାଇଲା ଭଳି ପଦକ୍ଷେପ ନେଇ ରାଜ୍ୟ ରାଜକୋଷକୁ କ୍ଷତି ପହଞ୍ଚାଇବା, ଏଥି ପାଇଁ ଷଡଯନ୍ତ୍ର କରିବା ଓ ଆୟବହିର୍ଭୂତ ସଂପତ୍ତି ଠୁଳ କରିବା ଭଳି ଅଭିଯୋଗ ଡାକ୍ତର ଜେନାଙ୍କ ବିରୋଧରେ ରହିଥିବା ବେଳେ ଏ ନେଇ ଭିଜିଲାନ୍ସ ତାଙ୍କ ବରୋଧରେ ଦୁଇଟି ପୃଥକ ମାମଲା ରୁଜୁ କରିଥିଲା। ଡାକ୍ତର ଜେନାଙ୍କୁ ଗିରଫ ପରେ ୨୦୧୭, ଡିସେମ୍ବର ୨୧ରେ ଅଦାଲତରେ ହାଜର କରାଯାଇଥିଲା। ତାଙ୍କୁ ଭିଜିଲାନ୍ସ ରିମାଣ୍ଡରେ ନେଇ ପଚରା ଉଚୁରା କରିଥିଲା। ଉଦ୍ଦେଶ୍ୟମୂଳକ ଭାବେ ଔଷଧ କମ୍ପାନିକୁ ସୁହାଇଲା ଭଳି ପଦକ୍ଷେପ ନେଇ ରାଜ୍ୟ ରାଜକୋଷକୁ କ୍ଷତି ପହଞ୍ଚାଇବା ମାମଲାରେ ଡାକ୍ତର ଜେନାଙ୍କ ସହିତ ଅଭିଯୁକ୍ତ ଥିବା ଡାକ୍ତର ସୁଧା ସେଠୀଙ୍କୁ ହାଇକୋର୍ଟ ପୂର୍ବରୁ ଜାମିନ ମଞ୍ଜୁର କରି ସାରିଛନ୍ତି।

ସମ୍ବନ୍ଧିତ ଖବର