ସମ୍ବଲପୁର: ସମ୍ବଲପୁରରେ ବିଜେଡିକୁ ବଡ଼ ଝଟକା ଦେଲେ ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ। ସେ ବିଜେଡିରୁ ଇସ୍ତଫା ଦେଇଛନ୍ତି ସମ୍ବଲପୁରର ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ। ସେ ନିଜର ଇସ୍ତଫା ପତ୍ର ଦଳି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ଦୀର୍ଘ ଦିନ ଧରି ସେ ବିଜେଡିରେ ଅଣଦେଖା କରାଯାଉଥିବାରୁ ଏବଂ ଚଳିତ ଥର ତାଙ୍କୁ ବିଜେଡି ଟିକେଟ ନ ଦେବାରୁ ସେ ଇସ୍ତଫା ଦେଇଥିବା ଜଣାଯାଇଛି। ସେ ସମ୍ବଲପୁର ବିଧାନସଭା ବିଜେଡି ଟିକେଟ୍ ଆଶାୟୀ ଥିଲେ। କିନ୍ତୁ ଦଳ ତାଙ୍କ ପରିବର୍ତ୍ତେ ରୋହିତ ପୂଜାରୀଙ୍କୁ ପ୍ରାର୍ଥୀ କରିଛି। ଏହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଥିଲେ ବି ଖୋଲାଖୋଲି କିଛି କହି ନଥିଲେ।
ପଶ୍ଚିମ ଓଡ଼ିଶାର ଟାଣୁଆ ନେତ୍ରୀ ଭାବେ ପରିଚିତା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀଙ୍କ ବିଜେଡି ଛାଡ଼ିବା ଦଳ ପାଇଁ ମହଙ୍ଗା ପଡ଼ିପାରେ ବୋଲି କୁହାଯାଉଛି। ଏବେ ସେ କେଉଁ ଦଳରେ ଯୋଗ ଦେଉଛନ୍ତି, ତାହା ଉପରେ ରହିଛି ସମସ୍ତଙ୍କ ନଜର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/r-1.jpg)