ଡ. ଶଙ୍କର ରାମଚନ୍ଦାନୀଙ୍କୁ ସୋନି ଟିଭିରୁ ନିମନ୍ତ୍ରଣ

ପତ୍ନୀ ଶିଖାଙ୍କ ସହ ଇଣ୍ଡିଆନ୍‌ ଆଇଡଲ୍‌ରେ ଅତିଥି ହେବେ

ସମ୍ବଲପୁର : ଟଙ୍କିକିଆ କ୍ଲିନିକ ଖୋଲି ବର୍ତ୍ତମାନ ସମୟରେ ଚର୍ଚ୍ଚାରେ ଥିବା ଶଙ୍କର ରାମଚନ୍ଦାନୀଙ୍କୁ ନ୍ୟାସନାଲ୍ଏଣ୍ଟରଟେନ୍‌ମେଣ୍ଟ ଟେଲିଭିଜନ୍‌ ସୋନି ଟିଭି ପକ୍ଷରୁ ନିମନ୍ତ୍ରଣ ଆସିଛି।

ମିଳିଥିବା ସୂଚନା ଅନୁଯାୟୀ ସୋନି ଟିଭିର ଲୋକପ୍ରିୟ ରିୟଲିଟି ସୋ’ ଇଣ୍ଡିଆନ୍‌ ଆଇଡଲ୍‌ର ଏକ ଅଧ୍ୟାୟ ପାଇଁ ଡା. ଶଙ୍କର ରାମଚନ୍ଦାନୀ ଓ ତାଙ୍କ ପତ୍ନୀ ଶିଖା ରାମଚନ୍ଦାନୀଙ୍କୁ ନିମନ୍ତ୍ରଣ ଦିଆଯାଇଛି। ବିଶେଷ ଅତିଥି ଭାବେ ରାମଚନ୍ଦାନୀ ଦମ୍ପତି ଏହି ସୋ’ରେ ସାମିଲ ହେବେ। ଏହି ସୋ’ରେ ମ୍ୟୁଜିକ୍‌ କମ୍ପୋଜର୍‌ ହିମେଶ ରେସମିଆ, କଣ୍ଠଶିଳ୍ପୀ ନେହା କକର ଓ ମ୍ୟୁଜିକ୍‌ କମ୍ପୋଜର୍‌ ବିଶାଲ ଦଦଲାନି ବିଚାରକ ଅଛନ୍ତି।

ସମ୍ବନ୍ଧିତ ଖବର