ବୈଶିଙ୍ଗା: ଡ.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ୭୩ତମ ବଳିଦାନ ଦିବସ ପାଳନ ଅବସରରେ ରଘୁପୁର ମଣ୍ଡଳର ବିଜେପି ସଭାପତି ଶାନ୍ତନୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକାଧିକ ସ୍ଥାନୀୟ ନେତୃବୃନ୍ଦ ସୋମବାର ସନ୍ଧ୍ୟାରେ ଖଡ଼ିକା ପଦାଠାରେ ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ବଡ଼ସାହି ବିଧାୟକ ସନାତନ ବିଜୁଳି ଏବଂ ଅନ୍ୟାନ୍ୟ ବରିଷ୍ଠ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ବିଜେପି ବିଚାରାଧାର ଏବଂ ରାଜନୈତିକ ଆନ୍ଦୋଳନର ପ୍ରଣେତା ହେଉଛନ୍ତି ‘ଭାରତୀୟ ଜନସଂଘ’ର ପ୍ରତିଷ୍ଠାତା ଡ.ଶ୍ୟାମାପ୍ରସାଦ ମୁଖାର୍ଜୀ। ୧୯୫୧ ମସିହାରେ ଡ.ମୁଖାର୍ଜୀଙ୍କ ନେତୃତ୍ୱରେ ପ୍ରତିଷ୍ଠିତ ‘ଭାରତୀୟ ଜନସଂଘ’, ପରବର୍ତ୍ତି ସମୟରେ ‘ଭାରତୀୟ ଜନତା ପାର୍ଟି’ ଭଳି ବଟ ବୃକ୍ଷର ରୂପ ନେବା ସହିତ ଆଜି ସମଗ୍ର ବିଶ୍ୱରେ ସର୍ବବୃହତ ରାଜନୈତିକ ଦଳ ଭାବେ ପରିଚୟ ସୃଷ୍ଟି କରିଛି। ସ୍ବର୍ଗତ ମୁଖାର୍ଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ସନାତନ ବିଜୁଳି ଆହ୍ବାନ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/06/23/dr-shyama-prasad-mukherjees-sacrifice-will-never-go-in-vain-2025-06-23-21-56-47.jpeg)