କଟକ : ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜର ପ୍ରଥମ ପ୍ରିନ୍ସିପାଲ, ଏସ୍ସିବି ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ, ପୂର୍ବତନ ଡିଏମ୍ଇଟି, ସର୍ଜରି ବିଭାଗର ବିଶିଷ୍ଟ ଡାକ୍ତର ସୁକୁମାର ଦାସ (୯୬)ଙ୍କର ଆଜି ପରଲୋକ ଘଟିଛି। ସେ ବକ୍ସିବଜାର ମିସନ ରୋଡ୍ ଅଞ୍ଚଳରେ ରହୁଥିଲେ। ଶେଷଶଯ୍ୟା ନିକଟରେ ପତ୍ନୀ ମାନସୀ ଉଷା ଦାସ, ପୁଅ ଡାକ୍ତର ସୁଦୀପ ଦାସ, ଝିଅ ସ୍ନିଗ୍ଧା ସାହୁ ଓ ଜ୍ବାଇଁ ଡାକ୍ତର ସୁଜିତ ସାହୁ ଉପସ୍ଥିତ ଥିଲେ। ଆସନ୍ତାକାଲି ଗୋରାକବରରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ। ସୁକୁମାର ଦାସ କଟକ ଓ ବିହାରର ପାଟଣାରୁ ଶିକ୍ଷା ଶେଷ କରି ଡାକ୍ତରୀ ଉଚ୍ଚଶିକ୍ଷା ପାଇଁ ଲଣ୍ଡନ ଯାଇଥିଲେ। ୧୯୫୫ରେ ସେଠାରୁ ଫେରି ସେ ଓଡ଼ିଶାରେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ପ୍ରଥମ ତଥା ସେ ସମୟର ସର୍ବକନିଷ୍ଠ ପ୍ରିନ୍ସିପାଲ୍ ହେବାର ଗୌରବ ଅର୍ଜନ କରିଥିଲେ। ପରେ କଟକ ଏସସିବି ମେଡିକାଲ କଲେଜର ପ୍ରିନ୍ସିପାଲ ହେବା ସହିତ ଡିଏମ୍ଇଟି ଭାବେ କାର୍ଯ୍ୟ କରି ଅବସର ନେଇଥିଲେ।
ଡାକ୍ତର ସୁକୁମାର ଦାସଙ୍କ ପରଲୋକ
/sambad/media/post_attachments/wp-content/uploads/2021/05/dddd-vv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)