ବରପାଲି: ବିଶିଷ୍ଟ ବାନ୍ଧ ଶିଳ୍ପୀ ଡ. ସୁରେନ୍ଦ୍ର ମେହେର ଦେଢ଼ ବର୍ଷ କାଳ ପରିଶ୍ରମ କରି ବାନ୍ଧ କଳାରେ ସ୍ଵଭାବ କବିଙ୍କ ମହନୀୟ କାବ୍ୟ ‘ମହିମା’ର ଏକ ପଂକ୍ତିକୁ ଉଦୃତ କରି ବୁଣାକାର ଯାଦୁଗରୀ ଦେଖାଇଛନ୍ତି। ଏହା ୪୦ ଇଞ୍ଚ ଚଉଡ଼ା ଓ ୨୭ ଫୁଟ ଲମ୍ବରେ ତିଆରି ହୋଇଛି।
ଉକ୍ତ ୱାଲ୍ହେଙ୍ଗିଙ୍ଗକୁ ଶୁକ୍ରବାର ଭୁବନେଶ୍ୱର ରାଜଭବନରେ ମହାମହିମ ରାଜ୍ୟପାଳ ପ୍ରଫେସର ଡ. ଗଣେଶୀଲାଲ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଭୁବନେଶ୍ୱରର ବରିଷ୍ଠ ସାମ୍ବାଦିକ ଲକ୍ଷ୍ମୀ ନାରାୟଣ ବକ୍ସି, ରାଜଭାବନର ଜନ ସମ୍ପର୍କ ଅଧିକାରୀ ରକ୍ଷକ ନାୟକ ଓ ଡ. ମେହେରଙ୍କ ପୁଅ ତନ୍ମୟାନନ୍ଦ ମେହେର ଉପସ୍ଥିତ ଥିଲେ। ଡ. ମେହେର ନିଜେ ତିଆରି କରିଥିବା ପ୍ରଭୁ ଗଣେଶଙ୍କ ଏକ ୱାଲ୍ ହେଙ୍ଗିଙ୍ଗ୍ ରାଜ୍ୟପାଳଙ୍କୁ ଉପହାର ସ୍ବରୂପ ପ୍ରଦାନ କରିଥିଲେ। ରାଜ୍ୟପାଳ ମଧ୍ୟ ବାନ୍ଧକଳାର ପ୍ରଶଂସା କରିବା ସହ ତାଙ୍କ ଦ୍ୱାରା ଲିଖିତ କେତୋଟି ମୂଲ୍ୟବାନ ପୁସ୍ତକ ଡ. ମେହେରଙ୍କୁ ଉପହାର ଦେଇଥିଲେ। ପ୍ରକାଶ ଥାଉ କି, ଗତ ମାସକ ମଧ୍ୟରେ ଡ. ମେହେର ତାଙ୍କ ଦ୍ୱାରା ପ୍ରସ୍ତୁତ ଭୀମ ଭୋଇଙ୍କ କାଳଜୟୀ କବିତା ‘ପ୍ରାଣୀଙ୍କ ଆରତ...’, ଉତ୍କଳମଣି ଗୋପବନ୍ଧୁଙ୍କ ଚିତ୍ର, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିତ୍ର ବାନ୍ଧ କଳାରେ ତିଆରି କରି ଯଥାକ୍ରମେ ଓଡ଼ିଶା ଗସ୍ତରେ ଆସିଥିବା ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କଟକରେ ଥିବା ଗୋପବନ୍ଧୁ ଭବନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅର୍ପଣ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/୩୦.jpg)