ଭିଜିଲାନ୍ସ ଜାଲରେ ଡ୍ରାଫ୍ଟସ୍‌ମ୍ୟାନ୍‌

ବ୍ରହ୍ମପୁର: ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ର ସିନିୟର‌୍‌ ଡ୍ରାଫ୍ଟସ୍‌ମ୍ୟାନ୍‌(ପ୍ଲାନି˚ ସେକ୍ସନ୍‌) ସି.ଏଚ୍‌ ବାଣୀଶ୍ରୀ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭିଜିଲାନ୍ସ ବିଭାଗ ତାଙ୍କ ନିକଟରୁ ଲାଞ୍ଚ ବାବଦ ୧୨ହଜାର ଟଙ୍କା ଜବତ କରି କେସ୍‌ ନମ୍ବର ୪୭/୧୮ରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି। ଅଭିଯୋଗ ଅନୁସାରେ, ନିଳାଦ୍ରୀବିହାର ତୃତୀୟ ଲାଇନ୍‌ରେ ରହୁଥିବା ମୁନିର ବେଗ୍‌ ତାଙ୍କର ବିଲ୍ଡି˚ର ପ୍ଲାନ୍‌ ମ˚ଜୁରି ପାଇଁ ବିଡିଏ ଅଫିସ୍‌ରେ ଆବେଦନ କରିଥିଲେ। କିନ୍ତୁ ତାଙ୍କର ଫାଇଲ୍‌ ପାସ୍‌ ହୋଇ ନଥିଲା। ଏ ନେଇ ମୁନିର‌୍‌ଙ୍କ ପୁଅ ଅନିିଷ ବେଗ୍‌ ବିଭାଗୀୟ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିଥିଲେ। ଏଥିରେ ଡ୍ରାଫ୍ଟସ୍‌ମ୍ୟାନ୍‌ ବାଣୀଶ୍ରୀ ୧୨ହଜାର ଟଙ୍କା ଦାବି କରିଥିଲେ। ଆଜି ସେ ସେହି ଟଙ୍କା ଦେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଯାଇଥିଲେ।

ସମ୍ବନ୍ଧିତ ଖବର