ପାରାଦୀପରେ ପ୍ରଥମ ଥର ପାଇଁ ବିଦେଶୀ ଜାହାଜର ’ଡ୍ରାଇ ଡକିଙ୍ଗ୍’, ମରାମତି କରିବ ଓଡ଼ିଶାର ଇଂଜିନିୟରିଂ ସଂସ୍ଥା

ଜଗତସିଂହପୁର: ପାରାଦୀପରେ ସାଧବ ଅଫସୋର ଇଂଜିନିୟରିଂ କମ୍ପାନି ପରିଚାଳିତ ଡ୍ରାଏ ଡକ୍‌ରେ ପ୍ରଥମ ଥର ପାଇଁ ଏହି ବିଦେଶୀ ଜାହାଜ ପହଁଚିଛି। ‘ସୁଇଜର ଖୁଲ୍ନା’ ନାମକ ଏହି ଜାହାଜଟି ଜଳବତରଣ କରିବା ପାଇଁ ଏହାର ମରାମତି କାର୍ଯ୍ୟ କରାଯାଇଛି। ମରସ୍କ ସିପିଙ୍ଗ କମ୍ପାନି ପରିଚାଳିତ ଏହି ଜାହାଜର ଜଟିଳ ପ୍ରପେଲର ପ୍ରଣାଳୀରେ ଉନ୍ନତମାନର ମରାମତି ଆବଶ୍ୟକ ଥିଲା। ବାଂଲାଦେଶର ଚିଟାଗଙ୍ଗ ବନ୍ଦରରୁ କେବଳ ଏହି କାର୍ଯ୍ୟ ପାଇଁ ଜାହାଜଟି ପାରାଦୀପସ୍ଥିତ ସାଧବ ଡ୍ରାଇ ଡକ୍‌କୁ ଆସିଥିଲା। ସାଧବ ଅଫସୋର ଇଂଜିନିୟରିଂ କମ୍ପାନି ମୁଖ୍ୟ କ୍ୟାପଟେନ୍ କମଳାକାନ୍ତ ଚୌଧୁରୀଙ୍କ ସୂଚନା ମୁତାବକ, ସୁଇଜର ଖୁଲ୍ନା କମାନିର ଜାହାଜଗୁଡ଼ିକ ମରାମତି ପାଇଁ ଏକାଧିକ ଥର ଡ୍ରାଇଡକ୍ କାମ କରିବା ପାଇଁ ପାରାଦୀପ ଆସିବେ।

ମରସ୍କ ସିପିଙ୍ଗ କମ୍ପାନି ପୃଥିବୀର ସବୁଠାରୁ ବଡ଼ ଜାହାଜ କମ୍ପାନି ଏହି କମ୍ପାନି କେବଳ ଉଚ୍ଚ କାର୍ଯ୍ୟ ଦକ୍ଷତା, ନୀତି ସମ୍ପର୍ଣ୍ଣ ଏବଂ ନିରାପତ୍ତା ବ୍ୟବସ୍ଥା ପାଳନ କରୁଥିବା କମ୍ପାନିଗୁଡ଼ିକ ସହ ବ୍ୟବସାୟ କରନ୍ତି। ପାରାଦୀପରେ ସାଧବ ଓ୍ୱାର୍କସପକୁ ବିଦେଶୀ ପର୍ଯ୍ୟବେକ୍ଷକ ପଠାଇ ଏହାର ପାରଦର୍ଶିତାର ପ୍ରମାଣ ପତ୍ର ପାଇବା ପରେ ମରସ୍କ କମ୍ପାନି ଏଠାକୁ ଜାହାଜ ମରାମତି ପାଇଁ ପଠାଇବା ଆରମ୍ଭ କରିଛି।

ଜଗତସିଂହପୁର ମାଟିର ପୁଅ କ୍ୟାପଟେନ୍ ଶ୍ରୀ ଚୌଧୁରୀଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି କମ୍ପାନି ଗତ ୨୯ ବର୍ଷ ଧରି ଉନ୍ନତମାନର ଜାହାଜ ମରାମତି ଏବଂ ଅନ୍ୟାନ୍ୟ ସେବା ଯୋଗାଇ ଦେଇ ଆସୁଛି। ତାଙ୍କର ସାଧୁତା ଓ କର୍ତ୍ତବ୍ୟ ନିଷ୍ଠା ଯୋଗୁଁ ପାରାଦୀପରେ ପ୍ରଥମ ଥର ପାଇଁ ଏକ ବିଦେଶୀ ଜାହାଜ ଡ୍ରାଇ ଡକିଙ୍ଗ ପାଇଁ ଆସିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର