କଟକଠାରେ ମୁଖ୍ୟମନ୍ତ୍ରୀ ନବୀନ ଲୋକାର୍ପଣ କଲେ ୩ କୋଟି ୬୦ ଲକ୍ଷ ଲିଟର କ୍ଷମତା ସମ୍ପନ୍ନ ଅତ୍ୟାଧୁନିକ ‘ବର୍ଜ୍ୟଜଳ ବିଶୋଧନାଗାର’ 

କଟକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର କଟକର ସିଡିଏଠାରେ ନିର୍ମିତ ‘ଓଡ଼ିଶା ସମନ୍ଵିତ ପରିମଳ ଉନ୍ନତିକରଣ ପ୍ରକଳ୍ପ’ ଅଧିନସ୍ଥ ‘ବର୍ଜ୍ୟଜଳ ବିଶୋଧନାଗାର’କୁ ଲୋକାର୍ପଣ କରିଛନ୍ତି। ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧିନସ୍ଥ ‘ଓଡ଼ିଶା ଜଳ ଯୋଗାଣ ଓ ପରିମଣ ପରିଷଦ’ ଦ୍ୱାରା ବ୍ୟୟ ଅଟକଳରେ ନିର୍ମିତ ଏହି ବିଶୋଧନାଗାର ଦୈନିକ ୩ କୋଟି ୬୦ ଲକ୍ଷ ଲିଟର ବର୍ଜ୍ୟଜଳ ବିଶୋଧନ କରିବାର କ୍ଷମତା ବହନ କରୁଛି।

‘ବର୍ଜ୍ୟଜଳ ବିଶୋଧନାଗାର’ ବ୍ୟତୀତ ମୁଖ୍ୟମନ୍ତ୍ରୀ ନବୀନ ଏହି ପ୍ରକଳ୍ପ ଦ୍ୱାରା ପୋଲିସ୍‌ କଲୋନୀଠାରେ ନିର୍ମିତ ଘଣ୍ଟାକୁ ୭୨ ଲକ୍ଷ ଲିଟର ଜଳ ନିଷ୍ପାସନ କ୍ଷମତା ସଂପନ୍ନ ଡ୍ରେନେଜ୍‌ ପମ୍ପିଙ୍ଗ୍‌ ଷ୍ଟେସନକୁ ମଧ୍ୟ ଉଦ୍‌ଘାଟନ କରିଛନ୍ତି।

ଜାପାନ ଇଣ୍ଟରନେସ୍‌ନାଲ୍‌ କୋଅପରେସନ ଏଜେନ୍ସି (ଜାଇକା)ର ଆର୍ଥିକ ଓ ବୈଷୟିକ ସହାୟତାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଉତ୍ତର-ପୂର୍ବ ଭୁବନେଶ୍ୱରରେ ସ୍ୱରେଜ ବ୍ୟବସ୍ଥାର ଉନ୍ନତିକରଣ ମଧ୍ୟ ଏହି ପ୍ରକଳ୍ପର ଅନ୍ତର୍ଭୁକ୍ତ।

ପ୍ରାୟ ୩ ହଜାର କୋଟି ବ୍ୟୟ ଅଟକଳରେ କାର୍ଯ୍ୟକାରୀ ହେଉଥିବା ଏହି ପ୍ରକଳ୍ପ କଟକ ସହରରେ ସ୍ୱରେଜ ଓ ଡ୍ରେନେଜ୍‌ ବ୍ୟବସ୍ଥାର ସୁଧାର ଆଣିବା ସହ ଆସନ୍ତା ୩୦ ବର୍ଷ ପର୍ଯ୍ୟନ୍ତ ପ୍ରାୟ ୧୧ ଲକ୍ଷ କଟକବାସୀଙ୍କ କଷ୍ଟ ଦୂର କରିପାରିବ। ମହାନଦୀ ଓ କାଠଯୋଡ଼ି ରଂ ରୋଡର  ମଧ୍ୟବର୍ତ୍ତୀ ଅଞ୍ଚଳ ଯଥା ବିଡାନାସୀଠାରୁ ମଙ୍ଗଳାବାଗ, ଫ୍ରେଣ୍ଡସ୍‌ କଲୋନୀ, ଝୋଲାସାହି, ବଙ୍ଗାଳିସାହି ଓ ପୁରିଘାଟ ଅଞ୍ଚଳର ଲୋକେ ଏହି ପ୍ରକଳ୍ପର ସେବା ନେଇ ପାରିବେ।

ସେହିପରି ନରାଜରେ ଉର୍ଦ୍ଦୁ ୟୁନିଭରସିଟିର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ।

 

ସମ୍ବନ୍ଧିତ ଖବର