ଭୁବନେଶ୍ବର : ଆଜି ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ଦ୍ରୌପଦୀ ମୁର୍ମୁ। ଓଡ଼ିଆ ଝିଅ ଦ୍ରୌପଦୀ ହେବେ ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ତଥା ଦ୍ବିତୀୟ ମହିଳା ରାଷ୍ଟ୍ରପତି। ଏହି ଅବସରରେ ତାଙ୍କ ଜୀବନର ଗୁରୁତ୍ବପୂର୍ଣ୍ଣ ଘଟଣାବଳିର କ୍ରମାନ୍ବୟ ଉପସ୍ଥାପନା।
ଜନ୍ମ: ୨୦ ଜୁନ୍ ୧୯୫୮
ଜନ୍ମସ୍ଥାନ: ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ତ କୁସୁମୀ ବ୍ଲକ୍ ଉପରବେଡ଼ା ଗ୍ରାମ
ବାପାମାଆ: ବିରଞ୍ଚି ନାରାୟଣ ମୁର୍ମୁ ଓ ସିନଗୋ ମୁର୍ମୁ
ଗାଁ ସ୍କୁଲ୍ରେ ପ୍ରାଥମିକ ଶିକ୍ଷା ଆରମ୍ଭ
୧୯୭୪ ମସିହାରେ ଭୁବନେଶ୍ବରରୁ ମାଟ୍ରିକ୍ ପାସ୍
ରମାଦେବୀ ମହିଳା ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରି ହାସଲ
୧୯୭୯ରୁ ୧୯୮୩ ମସିହା ପର୍ଯ୍ୟନ୍ତ ସଚିବାଳୟରେ ଜଳସେଚନ ଓ ଶକ୍ତି ବିଭାଗରେ କିରାଣି ଚାକିରି
୧୯୯୪ରୁ ୧୯୯୭ ପର୍ଯ୍ୟନ୍ତ ରାଇରଙ୍ଗପୁର ଶ୍ରୀଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଶିକ୍ଷାଦାନ
/sambad/media/post_attachments/wp-content/uploads/2022/07/ddd-1.jpg)
ଶିକ୍ଷକତା ଛାଡ଼ି ବିଜେପିରେ ଯୋଗଦାନ
୧୯୯୭ ମସିହାରେ ରାଇରଙ୍ଗପୁର ଏନ୍ଏସିର ୨ ନଂ ୱାର୍ଡରୁ କାଉନ୍ସିଲର ଓ ଉପାଧ୍ୟକ୍ଷା ନିର୍ବାଚିତ
ଦିବଂଗତ ସ୍ବାମୀ ଓ ୨ ପୁଅଙ୍କ ସ୍ମୃତିରେ ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ୍ ପାହାଡ଼ପୁରଠାରେ ବିଦ୍ୟାଳୟ ପ୍ରତିଷ୍ଠା
ମୟୂରଭଞ୍ଜ ଜିଲ୍ଲା ଉପରବେଡ଼ାଠାରେ ପ୍ରଜାପିତା ବ୍ରହ୍ମକୁମାରୀ ଆଶ୍ରମ ନିର୍ମାଣ
୨୦୦୦ ମସିହାରେ ବିଜେପି ଟିକେଟ୍ରେ ରାଇରଙ୍ଗପୁର ବିଧାନସଭା ଆସନରୁ ବିଜୟୀ
୨୦୦୦ରୁ ୨୦୦୪ ମସିହା ମଧ୍ୟରେ ବାଣିଜ୍ୟ ଓ ପରିବହନ ଏବଂ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ମନ୍ତ୍ରୀ
୨୦୦୪ ମସିହାରେ ଦ୍ବିତୀୟ ଥର ବିଧାନସଭାକୁ ନିର୍ବାଚିତ
୨୦୧୫ ମସିହାରେ ଝାଡ଼ଖଣ୍ତର ରାଜ୍ୟପାଳ ନିଯୁକ୍ତ
୨୧ ଜୁନ୍ ୨୦୨୨ରେ ଏନ୍ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା
୨୧ ଜୁଲାଇ ୨୦୨୨ ସଂଧ୍ୟାରେ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ଘୋଷଣା