ଶ୍ରୀମନ୍ଦିରରେ ୪/୫ ଘଣ୍ଟା କଟାଇ ଦିଅନ୍ତି ଦ୍ରୌପଦୀ

ପୁରୀ : ଦେଶର ରାଷ୍ଟ୍ରପତି ଭାବେ ନିର୍ବାଚିତ ଦ୍ରୌପଦୀ ମୁର୍ମୁ ଶ୍ରୀମନ୍ଦିରରେ ଘଣ୍ଟା ଘଣ୍ଟା ବସି ରୁହନ୍ତି। ଭକ୍ତିରେ ବିଭୋର ହୋଇ ବେଳେବେଳେ ୪ରୁ ୫ ଘଣ୍ଟା ମହାଲକ୍ଷ୍ମୀଙ୍କ ମନ୍ଦିରରେ ବସିରୁହନ୍ତି। ଏପରିକି ମହାପ୍ରଭୁଙ୍କ ବଡ଼ସିଂହାର ପହୁଡ଼ ଦେଖି ଶ୍ରୀମନ୍ଦିରରୁ ଫେରନ୍ତି। ରାଷ୍ଟ୍ରପତି ପଦରେ ଅଧିଷ୍ଠିତ ହେବା ପରେ ଦ୍ରୌପଦୀ ମୁର୍ମୁଙ୍କର ମହାପ୍ରଭୁଙ୍କ ପ୍ରତି ଭକ୍ତି ଭାବର ବର୍ଣ୍ଣନା କରିଛନ୍ତି ତାଙ୍କ କୌଳିକ ପଣ୍ଡା ବୈଦ୍ୟନାଥ ମହାପାତ୍ର। ମୟୂରଭଞ୍ଜର କୌଳିକ ପଣ୍ଡା ଭାବେ ଶ୍ରୀମତୀ ମୁର୍ମୁଙ୍କୁ ସେ ବହୁବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରାଇଛନ୍ତି।

ଶ୍ରୀ ମହାପାତ୍ର କହିଛନ୍ତି, ଯେବେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀପତ୍ର ଦାଖଲ କଲେ ସେବେଠୁ ଆମେ ତାଙ୍କର କୌଳିକ ପଣ୍ଡା ଭାବେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ସମୟରେ ଦୀପ ଜାଳି ପ୍ରାର୍ଥନା କରିଥିଲୁ। ଯେବେ ସେ ଅତୀତରେ ପରିବହନ ମନ୍ତ୍ରୀ ଥିଲେ ଓ ରାଜ୍ୟପାଳ ଥିଲେ, ସେତେବେଳେ ବି ତାଙ୍କୁ ଶ୍ରୀମନ୍ଦିରରେ ଦର୍ଶନ କରାଇବାର ସୌଭାଗ୍ୟ ସେ ପାଇଥିବା କହିଛନ୍ତି।

ସମ୍ବନ୍ଧିତ ଖବର