ରାଉରକେଲା: ପିଏମ୍ କେୟାର୍ସ ଫଣ୍ଡ୍ରୁ ଡିଆରଡିଓ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରେ କରୋନା ମୁକାବିଲା ପାଇଁ ପଦକ୍ଷେପ ନିଆଯାଉଛି। ଡିଆରଡିଓ ପକ୍ଷରୁ ୫ଶହଟି ମେଡିକାଲ ଅକ୍ସିଜେନ ପ୍ଲାଣ୍ଟ୍ ଓ ଅସ୍ଥାୟୀ କୋଭିଡ୍ ହସପିଟାଲ ସ୍ଥାପନ କରାଯିବ। ଏହି କ୍ରମରେ ସୁନ୍ଦରଗଡ଼ ଏନ୍ଟିପିସି ମେଡିକାଲ କଲେଜ ଆଣ୍ଡ୍ ହସପିଟାଲରେ ଶହେ ଶଯ୍ୟା ବିଶିଷ୍ଟ ଆଇସିୟୁ ଓ ଗୋଟିଏ ଅକ୍ସିଜେନ ପ୍ଲାଣ୍ଟ୍ ସ୍ଥାପନ କରାଯିବ। ଏହାସହ ରାଉରକେଲା ସ୍ଥିତ ଆଇଜିଏଚ୍ ସୁପରସ୍ପେଶିଆଲିଟି ହସ୍ପିଟାଲରେ ଆଇସିୟୁ ଶଯ୍ୟା ୨ ଶହକୁ ବୃଦ୍ଧି କରିବାକୁ ସ୍ଥିରିକୃତ ହୋଇଛି। ତେବେ ଏହାର ନିର୍ମାଣ ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଜୁଏଲ ଓରାମ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି। ଏନେଇ ରାଜ୍ୟ ସରକାର ଆବଶ୍ୟକୀୟ ଆନୁଷଙ୍ଗିକ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ପ୍ରକାଶଥାଉକି, ଜିଲ୍ଲାରେ ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା କରିବାକୁ କିଛି ଦିନ ପୂର୍ବେ ଶ୍ରୀ ଓରାମ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ପତ୍ର ଲେଖିଥିଲେ।
ସୁନ୍ଦରଗଡ଼ ଜିଲ୍ଲାରେ ଡିଆରଡିଓ ସ୍ଥାପନ କରିବ ଅକ୍ସିଜେନ ପ୍ଲାଣ୍ଟ୍, ଆଇସିୟୁ ଶଯ୍ୟା ବୃଦ୍ଧି ହେବ
ଏନ୍ଟିପିସି କୋଭିଡ୍ ହସପିଟାଲରେ ଆଇସିୟୁ ଶଯ୍ୟା ବୃଦ୍ଧି, ସ୍ଥାପନ ହେବ ଅକ୍ସିଜେନ ପ୍ଲାଣ୍ଟ୍