ଭୁବନେଶ୍ବର : ମିସନ୍ ଶକ୍ତି ମହିଳାଙ୍କ ପାଇଁ ସ୍ବତନ୍ତ୍ର ଡ୍ରେସ୍ କୋଡ୍। ଟିପିସିଓଡିଏଲ୍ ଅଧୀନରେ କାର୍ଯ୍ୟ କରୁଥିବା ୨ହଜାର ମହିଳାଙ୍କୁ ସମାନ ରଂଗର ଶାଢ଼ି ବଣ୍ଟନ କରାଯାଇଛି। ଏହି ସ୍ବତନ୍ତ୍ର ଶାଢ଼ି ପିନ୍ଧି ସେମାନେ ବିଦ୍ୟୁତ ବିଲ୍ ସଂଗ୍ରହ କରିବେ। ଲୋକସେବା ଭବନର କନଭେନସନ ସେଣ୍ଟରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଶକ୍ତିମନ୍ତ୍ରୀ ପ୍ରତାପ ଦେବ ଏହାକୁ ବଣ୍ଟନ କରିଛନ୍ତି।
ସ୍ବତନ୍ତ୍ର ଡ୍ରେସ୍ କୋଡ୍ ପାଇଥିବା ମହିଳାମାନେ ଖୋର୍ଧା, କଟକ, ନୟାଗଡ଼, ଅନୁଗୁଳ, ପୁରୀ, ଢେଙ୍କାନାଳ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ କାମ କରୁଛନ୍ତି। ମାଣିଆବନ୍ଧରେ ଏହି ସ୍ବତନ୍ତ୍ର ଶାଢ଼ି ପ୍ରସ୍ତୁତ ହୋଇଥିବା ବେଳେ ଢେଙ୍କାନାଳ ଡୋକ୍ରା ବ୍ୟାଜ୍ ବଣ୍ଟନ କରାଯାଇଛି। ଗତ ୨ବର୍ଷ ହେବ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟମାନେ ବିଦ୍ୟୁତ ବିଲ୍ ଆଦାୟ କରୁଛନ୍ତି। ଆଜିର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସେମାନଙ୍କୁ ଡ୍ରେସ୍ କୋଡ୍ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଟିପିସିଓଡିଏଲ୍ର ଅଧିକାରୀମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/dress.jpg)