ଗୋପ : ଗୋପରେ ଆରମ୍ଭ ହୋଇଛି ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ପାଇଁ ଖନନ କାର୍ଯ୍ୟ। ଦୁଇଟି ଜେସିବି ମେସିନ୍ ସହାୟତାରେ ପ୍ରସ୍ତାବିତ ସ୍ଥାନରେ ବିଭିନ୍ନ ପ୍ରକାର ଚିହ୍ନ ଦେଇ ଅଏଲ ଇଣ୍ଡିଆ ପକ୍ଷରୁ ରବିବାର ଦିନ ଖନନ କାର୍ଯ୍ୟର ଆରମ୍ଭ କରାଯାଇଛି।

Advertisment

publive-image

୨୦୧୯ ମସିହାରୁ ଅଏଲ ଇଣ୍ତିଆ କମ୍ପାନି ପକ୍ଷରୁ ଚାଲିଥିବା ସର୍ଭେରୁ ଗୋପ ବ୍ଲକ୍‌ର ୨ ଟି ପଞ୍ଚାୟତର ଭୂମିତଳେ ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ଥିବା ଜଣାପଡ଼ିଥିଲା। ଏହିକ୍ରମରେ ଜମିମାଲିକମାନଙ୍କୁ ଆବଶ୍ୟକ କ୍ଷତିପୂରଣ ଦିଆଯିବା ପରେ ଆଜିଠାରୁ ଗୋପ ବ୍ଲକ୍‌ର ଗୋପ ପଞ୍ଚାୟତର କୁଶୁପୁର ଓ ମହଲପଡ଼ା ପଞ୍ଚାୟତର ଚିତ୍ରା ମୌଜାରେ ଥିବା ଜମିରେ ଏହି ତୈଳ ଓ ପ୍ରାକୃତିକ ଗ୍ୟାସ ପାଇଁ ଚିହ୍ନଟ ହୋଇଥିବା ସ୍ଥାନରେ ଖନନ କାର୍ଯ୍ୟଆରମ୍ଭ ହୋଇଛି। ପ୍ରାଥମିକ ସ୍ତରରେ ଅଏଲ ଇଣ୍ତିଆ କମ୍ପାନି ପକ୍ଷରୁ ତୈଳ ପାଇଁ ଯେଉଁଠି ବୋରିଂ କରାଯିବ ସେଠାରେ ଅଏଲ ଲେଖାଥିବା ଏକ ହଳଦିଆ ରଙ୍ଗର ଖୁଣ୍ଟ ପୋତା ଯାଇଛି । ନିକଟରେ ଜେସିବି ଓ ଟ୍ରାକ୍ଟର ସାହାଯ୍ୟରେ ବଡ଼ବଡ଼ ଗର୍ତ୍ତ କରାଯାଉଛି। ବୋରିଂ ସମୟରେ ଯେଉଁ ପାଣି ଓ ବାଲି ନିର୍ଗତ ହେବ ସେଗୁଡ଼ିକ ଖୋଳା ଯାଇଥିବା ଗର୍ତ୍ତରେ ରଖାଯିବ। ଦ୍ରୁତ ଗତିରେ ଏହି କାର୍ଯ୍ୟ ଚାଲିବ ବୋଲି କମ୍ପାନି ପକ୍ଷରୁ ସୂଚନା ମିଳିଛି।