ଘୁ.ଉଦୟଗିରି : ବ୍ଲକ ଅଧ୍ୟକ୍ଷାଙ୍କ ନିଜ ଗାଁରେ ବି ମିଳୁନି ପିଇବା ପାଣି। ଟୋପାଏ ପାଇଁ ଗ୍ରାମବାସୀ ଏବେ ଚୁଆ ଉପରେ ନିର୍ଭରଶୀଳ ହୋଇଥିବା ବେଳେ ବ୍ଲକ୍ର ଉପାନ୍ତ ଗାଁର ଅବସ୍ଥା କିଭଳି ହୋଇଥିବ ତାହା ସହଜରେ ଅନୁମେୟ। ବସୁଧା ଯୋଜନାରେ ଲକ୍ଷାଧିକ ଖର୍ଚ୍ଚ ହେଉଥିବା ବେଳେ ପ୍ରାଶାସନିକ ଅଧିକାରୀଙ୍କ ଅନ୍ତରିକତା ଅଭାବରୁ ଏହା କାର୍ଯ୍ୟକାରୀ ହେବାରେ ବିଫଳ ହୋଇଛି। ଫଳରେ ବିଶୁଦ୍ଧ ପିଇବା ପାଣି ଏବେ ସମସ୍ୟା ଗୁରୁତର ହୋଇଛି।
/sambad/media/post_attachments/wp-content/uploads/2020/12/water-1.jpg)
ଘୁ.ଉଦୟଗିରି ଦୀପ୍ତିରେଖା ପ୍ରଧାନ ରହୁଥିବା ନିଜ ଗାଁ ଖାରିଆପଡା-୧ ରେ ପାନୀୟ ଜଳ ସମସ୍ୟା ଗୁରୁତର ହୋଇଛି । କହି କହି ଥକିଗଲେଣି। କେହି ଶୁଣୁନାହାନ୍ତି। ସ୍ଥାନୀୟ ବ୍ଲକ ଅନ୍ତର୍ଗତ ରାଇକଲା ପଞ୍ଚାୟତର ଖାରିଆପଡା-୧ ଏବଂ ରାଇପଲି ଗାଁରେ ପାନୀୟ ଜଳ ପ୍ରକଳ୍ପ ନିମନ୍ତେ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଇ ପାଣି ଟାଙ୍କି, ପମ୍ପହାଉସ, ପାଣିପାଇପ ବିଛାଯିବା ସହ ଷ୍ଟାଣ୍ଡପୋଷ୍ଟ ନିର୍ମାଣ କରାଯାଇଛି। ହେଲେ ପାଣି ଆସୁନି। ରାଇକଲା ପଞ୍ଚାୟତ ର ୱାର୍ଡ ନଂ୬,୭,୧୦,୧୧ଏହି ଚାରିଗୋଟି ୱାର୍ଡରେ ପ୍ରାୟ ୧୫୦୦ରୁ ଉର୍ଦ୍ଧ୍ବ ଜନସଂଖ୍ୟା ଟୋପାଏ ପାଣି ପାଇଁ ବିକଳ ହେଉଛନ୍ତି। ମାତ୍ର ଗୋଟିଏ ନଳକୂଅ ଅଛି ଯେଉଁଠି ସମସ୍ତଙ୍କ ଭରସା। ଦୂରରେ ଥିବା ଚୁଆ ଉପରେ ସମସ୍ତ ଗ୍ରାମବାସୀ ନିର୍ଭରଶୀଳ। ପାଣି ପାଇପ ଲାଇନ ବିଛା ଯାଇଛି ହେଲେ ପାଇପ ସଂଯୋଗ ନ ହୋଇ ପଡିରହିଛି। ଦୀର୍ଘ ଦୁଇ ବର୍ଷ ହେଲା ଏହିଭଳି ଅବସ୍ଥାରେ ପଡିରହିଛି ।
/sambad/media/post_attachments/wp-content/uploads/2020/12/water-2.jpg)
ଲୋକ ଅଭିଯୋଗ ଉପରେ ଅଭିଯୋଗ କରୁଛନ୍ତି। ସ୍ଥାନୀୟ ବ୍ଲକ ଅଧକ୍ଷା ଏହି ଗାଁରେ ରହୁଛନ୍ତି ନିଜ ଗାଁର ପାଣି ସମସ୍ୟା ଉପରେ ବାରମ୍ବାର କନ୍ଧମାଳ ଜିଲ୍ଲାପାଳ, ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଆମକୁ ଜଣେଇଛନ୍ତି। ତଥାପି କୌଣସି ସୁଫଳ ମିଳିନି ବୋଲି କହିଛନ୍ତି। ପ୍ରଶ୍ନ ଉଠୁଛି ଜଣେ ଲୋକପ୍ରତିନିଧି ବାରମ୍ବାର ଅଭିଯୋଗ କଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରିନି। ଜଣେ ବ୍ଲକ ଅଧକ୍ଷା ବାରମ୍ବାର କହିବା ପରେ ମଧ୍ୟ ସମସ୍ୟାର ସମାଧାନ ନହେବା ଏହା ପ୍ରାଶାସନିକ ଅଧିକାରୀମାନେ ଜନପ୍ରତିନିଧିଙ୍କୁ କିଭଳି ଅଣଦେଖା କରୁଥିବା ଏଠାରେ ସୂଚିତ ହୋଇଛି। ପାନୀୟ ଜଳ ଯୋଗାଣ ପ୍ରକଳ୍ପ ସମ୍ୱନ୍ଧୀୟ ଅଭିଯୋଗ ନିମନ୍ତେ ମାଳମାଳ ବିଭାଗୀୟ ଅଧିକାରୀଙ୍କ ମୋବାଇଲ ନମ୍ବର ସୂଚନା ବୋର୍ଡ଼ରେ ଶୋଭାପାଉଛି ହେଲେ। କିନ୍ତୁ ଅଭିଯୋଗ ହେଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେଣୁ ତୁରନ୍ତ ଏହି ଦୁଇ ଗାଁରେ ପାନୀୟଜଳ ପ୍ରକଳ୍ପ ଚାଲୁ କରିବା ସହ ସାଧାରଣ ଲୋକଙ୍କୁ ପାଣି ଯୋଗାଇବାକୁ ଉଭୟ ଗ୍ରାମର ଗ୍ରାମବାସୀ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/water-2-fff.jpg)