ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ବ୍ଲକ ଅନ୍ତର୍ଗତ କଳିଙ୍ଗା ଗ୍ରାମ ପଞ୍ଚାୟତର ୧୪ ନମ୍ବର ୱାର୍ଡର କୂର୍ମୀଙ୍ଗିଆ (ପୁଡୁଗୁଡ଼ା) ଗ୍ରାମରେ ବିଶୁଦ୍ଧ ପାନୀୟ ଜଳର ସମସ୍ୟା ଗୁରୁତର ହେବାରେ ଲାଗିଛି। ଗୋଟିଏ ମାତ୍ର ନଳକୂପ ଉପରେ ସାରା ଗାଁ ଭରଷା କରୁଥିବା ବେଳେ ସେଇ ନଳକୂପ ପାଣି ବି ଦୂଷିତ ହେବାରେ ଲାଗିଲାଣି।
ଏହି ଗ୍ରାମର ଜନସାଧାରଣ ଙ୍କ ବ୍ୟବହାର ନିମନ୍ତେ ଏକ ମାତ୍ର ନଳକୂପ ଭରଷା ଏହି ନଳକୂପଟି ଗୋଟିଏ ପଥର କୂଅ ଉପରେ ସ୍ଥାପନ କରାଯାଇଛି। କିନ୍ତୁ ଦୁଃଖର ବିଷୟ ଦୀର୍ଘ ବର୍ଷ ହେବ ସେହି ପଥର କୂଅର ଚାନ୍ଦିନୀ ଭାଙ୍ଗି ଯାଇଛି। ଯେତିକି ଧୂଆ ପାଣି ଏବଂ ବର୍ଷା ଦିନରେ ଜମିଥିବା ଅଳିଆ ଆବର୍ଜନା ପାଣି ସେହି କୂଅ ଭିତରେ ପଶୁଛି, ଯାହା ଫଳରେ ପ୍ରାୟ ୩୦ରୁ ଊର୍ଦ୍ଧ୍ବ ପରିବାରଙ୍କର କୌଣସି ବିକଳ୍ପ ନଥିବାରୁ ବାଧ୍ୟ ହୋଇ ସେହି ପାଣିକୁ ହିଁ ପିଇବା ନିମନ୍ତେ ବ୍ୟବହାର କରୁଛନ୍ତି। ଏ ବିଷୟରେ ଗ୍ରାମବାସୀ ଅନେକଥର ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ଏହି ସମସ୍ୟାର ସମାଧାନ କରିବା ନିମନ୍ତେ ପୁଦୁଗୁଡା ଗ୍ରାମବାସୀ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/a9a96450-6b99-4de6-8ab2-2fc728337df1.jpeg)