ମାଲକାନଗିରି: ୧୯୯୨ ମସିହାରେ ମାଲକାନଗିରି ଜିଲ୍ଲା ଭାବେ ସ୍ବୀକୃତି ପାଇଥିଲା। ସେତେବେଳେ ମାଲକାନଗିରି ସଂପୂର୍ଣ୍ଣ ରୂପେ ପଛୁଆ ଅଂଚଳ ହୋଇ ରହିଥିଲେ। ଲୋକେ ଅତି ଦୟନୀୟ ଭାବେ ଜୀବନଯାପନ କରୁଥିଲେ। ଗାଁକୁ ରାସ୍ତା ନଥିବା ବେଳେ ପିଇବା ପାଣି, ସ୍ବାସ୍ଥ୍ୟ ସେବା, ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଭୁଶୁଡ଼ି ଯାଇଥିଲା। ଦୁର୍ଗମ ଗ୍ରାମର ଲୋକେ ପାଣି ପାଇଁ ଡହଳବିକଳ ହେଉଥିଲେ। ଚୁଆ ପାଣି ହିଁ ବର୍ଷ ତମାମ ସେମାନଙ୍କର ସାହାରା ପାଲଟିଥିଲା। ଜିଲ୍ଲା ଗଠନ ହେଲା ପରେ ଲୋକେ ବହୁ ଆଶା କରିଥିଲେ।
ଏହି ଖବର ପଢ଼ନ୍ତୁ: ସୁଭଦ୍ରା ଯୋଜନାରେ ଡିସେମ୍ବର ୨୫ରେ ଚତୁର୍ଥ ପର୍ଯ୍ୟାୟ ଟଙ୍କା
ସେତେବେଳେ ଚିତ୍ରକୋଣ୍ଡା ବ୍ଲକର କୁରମାନୁର ପଞ୍ଚାୟତର କୋରାପୁଟ ଏବଂ ଗୁରାଲୁର ଗ୍ରାମରେ ଉତ୍କଟ ଜଳ ସମସ୍ୟା ହେବାରୁ ତତ୍କାଳୀନ ପ୍ରଥମ ଜିଲ୍ଲାପାଳ ଗଗନ କୁମାର ଧଳ ଏହି ଦୁଇ ଗ୍ରାମ ପାଇଁ ଗୋଟିଏ କୂଅ ଖୋଲିଦେଇଥିଲେ। କୂଅକୁ ସଂପୂର୍ଣ୍ଣ ରୂପେ ଢଙ୍କା ଯାଇଥିଲା। କୂଅ ଉପରେ ଏକ ନଳକୂପ ବସାଇବା ପାଇଁ ମଧ୍ୟ ନିର୍ଦେଶ ଦେଇଥିଲେ। ନଳକୂପ ଅଧା ବସିଲା କିନ୍ତୁ ସଂପୂର୍ଣ୍ଣ ହୋଇପାରିଲା ନାହିଁ। କୂଅକୁ ୩୨ ବର୍ଷ ପୂରିଲା।କିନ୍ତୁ ନଳକୂପ ବସିପାରିଲା ନାହିଁ।
ଏହି ଖବର ପଢ଼ନ୍ତୁ: ଅନୁପ୍ରବେଶ ରୋକିବାରେ ନୌସେନାର ପ୍ରଶଂସନୀୟ ଭୂମିକା
ଅନ୍ୟଦିଗରେ ସେହି କୂଅର ମରାମତି ମଧ୍ୟ କରାଯାଉ ନାହିଁ। ଲୋକେ କୂଅର ଦୂଷିତ ପାଣିକୁ ପିଇବାକୁ ବାଧ୍ୟ ହେଉଛନ୍ତି। ଜିଲ୍ଲା ହେବାର ଏତେ ବର୍ଷ ପରେ ଜିଲ୍ଲାର ବିକାଶ ଧିରେ ଧିରେ ହେଉଥିଲେ ମଧ୍ୟ ଆଜି ବି ଲୋକେ ରାସ୍ତା ଏବଂ ପିଇବା ପାଣି ପାଇଁ ନାହିଁ ନଥିବା ହଇରାଣ ହେଉଛନ୍ତି।
ଏହି ଖବର ପଢ଼ନ୍ତୁ: ଖବର କାଗଜ ପଢ଼ୁଥିବା ବେଳେ
ଏନେଇ ବାରମ୍ବାର ପଞ୍ଚାୟତ ଠାରୁ ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଗୁହାରି କରୁଥିଲେ ମଧ୍ୟ କେହି ଶୁଣୁନଥିବା ଗ୍ରାମବାସୀ କହିଛନ୍ତି। ଏହି ଦୁଇ ଗ୍ରାମରେ ପ୍ରାୟ ୨୦ ପରିବାର ବସବାସ କରୁଛନ୍ତି। ଗାଁକୁ ପକ୍କା ରାସ୍ତା ନଥିବା ବେଳେ ଅନ୍ୟ ମୌଳିକ ସୁବିଧା ମଧ୍ୟ ସାତସପନ ପାଲଟିଛି। ଦୁଇ ଗାଁ ପାଇଁ ଗୋଟିଏ ନଳକୂପ ଖୋଲିବା ନେଇ ଗ୍ରାମବାସୀ ଦାବି କରିଥିବା ବେଳେ ଦାବି ପୂରଣ ନହେଲେ ଆଗାମୀ ଦିନରେ ପ୍ରଶାସନକୁ କୌଣସି ସହଯୋଗ କରିବେ ନାହିଁ ବୋଲି ସଫା ସଫା କହିଥିଲେ।
ଏହି ଖବର ପଢ଼ନ୍ତୁ: ବିଲୁପ୍ତ ପ୍ରାୟ ‘ଅଟାଲ‘ ବଇଗଣ