ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ପଞ୍ଚାୟତ ଅନ୍ତର୍ଗତ କେନ୍ଦୁପାଲି ଗ୍ରାମକୁ ଶୁକ୍ରବାର ଦିନ ଅପରାହ୍ନରେ ବିଧାୟକ ଇଞ୍ଜିନିୟର୍ ରଘୁନାଥ ଜଗଦଲା ଗସ୍ତ କରି ପାନୀୟ ଜଳ ସମସ୍ୟା ନେଇ ଗ୍ରାମବାସୀ ସହ ଆଲୋଚନା କରିଛନ୍ତି। ଗ୍ରାମବାସୀଙ୍କ ସହିତ ଆଲୋଚନା କଲା ପରେ ସେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ସୂଚନା ଅନୁସାରେ କେନ୍ଦୁପାଲି ଗ୍ରାମରେ ଚାରିଦିନ ହେବ ପାନୀୟ ଜଳ ଯୋଗାଣ ହେଉନାହିଁ। ଫଳରେ ଗ୍ରାମବାସୀ ପାଣି ଟୋପାଏ ପାଇ ଡହଳବିକଳ ହେଉଛନ୍ତି। ଏହି ସମସ୍ୟାର ଖବର ପାଇବା ପରେ ଆଜି ବିଧାୟକ ରଘୁନାଥ ଜଗଦଲା କେନ୍ଦୁପାଲି ଗ୍ରାମରେ ପହଂଚିଥିଲେ। ସେଠାରେ ଗ୍ରାମବାସୀଙ୍କ ସହ ପାଣି ସମସ୍ୟା ନେଇ ଆଲୋଚନା କଲାପରେ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ।
ବିଧାୟକଙ୍କ ଏହି ଗସ୍ତରେ ଜିଲ୍ଲା ବିଜେପି ସଙ୍ଗଠନ ମହାମନ୍ତ୍ରୀ ବେଣୁଧର ଦାସ, ସୁମନ୍ତ ଜଗଦଲା ପ୍ରଭାସ ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ। ଗ୍ରାମବାସୀଙ୍କ ସହିତ ଗାଁର ମହିଳାମାନେ ବିଧାୟକଙ୍କୁ ପିଇବା ପାଣି ଯୋଗୁଁ କିଭଳି ଅସୁବିଧାର ସମ୍ମୁଖୀନ ହେଇଛନ୍ତି ଆଲୋଚନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/4cdd2e9a-648d-477f-98a0-e4d9f1b787d4.jpeg)