୭୬୬ ଗାଁକୁ ପାଣି ଯିବ
ପ୍ରସ୍ତାବକୁ କ୍ୟାବିନେଟ୍ ମୋହର
ଭୁବନେଶ୍ୱର : ୨୦୧୯ ସାଧାରଣ ନିର୍ବାଚନ ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ରାଜ୍ୟ ସରକାର। ଆଜି କ୍ୟାବିନେଟ୍ ମାଧ୍ୟମରେ ମଞ୍ଜୁରି ପାଇଥିବା ୨ଟି ପ୍ରସ୍ତାବରୁ ଏହାର ଝଲକ ଦେଖିବାକୁ ମିଳିଛି। ଏହି ପ୍ରସ୍ତାବ ମୁତାବକ ୫ଟି ଜିଲ୍ଲାର ୭୬୬ ଗ୍ରାମ ନିମନ୍ତେ ୯୧୨.୩୮ କୋଟି ଟଙ୍କା ବ୍ୟୟ ଅଟକଳରେ ପିଇବାପାଣି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ କରାଯିବ। ୬.୫୬ ଲକ୍ଷ ଲୋକ ଉପକୃତ ହେବେ। ଆଗାମୀ ଦୁଇବ ର୍ଷରେ ଏହି ପ୍ରକଳ୍ପ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ଆଜି ସନ୍ଧ୍ୟାରେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ୪ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ୍ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସାମ୍ବାଦିକମାନଙ୍କୁ ବିସ୍ତତ ସୂଚନା ଦେଇଥିଲେ। କଟକ ଜିଲ୍ଲାର ନରସିଂହପୁର, ବଡ଼ମ୍ବା ବ୍ଲକ ଓ ଜଗତ୍ସିଂହପୁର ଜିଲ୍ଲାର ବାଲିକୁଦା, ଏରସମା ଏବଂ ନାଉଗାଁ ବ୍ଲକର ୪୭୩ଟି ଗ୍ରାମରେ ୨ଟି ଗ୍ରାମୀଣ ପାଇପ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏଥି ମଧ୍ୟରୁ କିଛି ଗ୍ରାମରେ ଫ୍ଲୋରାଇଡ୍ଯୁକ୍ତ ଜଳ ଥିବା ବେଳେ ଅନେକ ଗ୍ରାମରେ ଲବଣାକ୍ତ ଜଳ ବାହାରୁଥିବାରୁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ପ୍ରକଳ୍ପ ନିମନ୍ତେ ଚତୁର୍ଥ ରାଜ୍ୟ ଅର୍ଥ କମିସନ୍ଙ୍କ ଅନୁଦାନ ୨୭୨.୫୬ କୋଟି ଏବଂ ରାଜ୍ୟର ନିଜସ୍ୱ ବସୁଧା ପାନୀୟଜଳ ଯୋଜନାରେ ୮୮.୦୪ କୋଟି ମିଶାଇ ମୋଟ ୩୬୦.୬୦ କୋଟି ଟଙ୍କା ପ୍ରକଳ୍ପ ବାବଦରେ ଖର୍ଚ କରାଯିବ। ଏ ନେଇ ସର୍ବନିମ୍ନ ଟେଣ୍ଡର ଧରିଥିବା ମେସର୍ସ ଲାର୍ସେନ୍ ଆଣ୍ଡ ଟ୍ୟୁବ୍ରୋ ଲିମିଟେଡ୍, ଚେନ୍ନାଇକୁ ପ୍ରକଳ୍ପ କାର୍ଯ୍ୟ ନିର୍ମାଣ ଦାୟିତ୍ୱ ପ୍ରଦାନ ପାଇଁ କ୍ୟାବିନେଟ୍ ମଞ୍ଜୁରି ଦେଇଛି। ଏହି ପ୍ରକଳ୍ପଗୁଡ଼ିକ ୨୪ ମାସ ମଧ୍ୟରେ କାର୍ଯ୍ୟକାରୀ ହେବ। ଫଳରେ ୪୭୩ଟି ଗ୍ରାମରେ ବସବାସ କରୁଥିବା ୪.୨୨ ଲକ୍ଷ ଲୋକ ଉପକୃତ ହେବେ।
/sambad/media/post_attachments/wp-content/uploads/2018/02/water-2-300x138.jpg)
ମଞ୍ଜୁରି ଲାଭ କରିଥିବା ଅନ୍ୟ ଏକ ପ୍ରସ୍ତାବ ଅନୁଯାୟୀ ଯାଜପୁର, କେନ୍ଦୁଝର, ସୁନ୍ଦରଗଡ଼ ଜିଲ୍ଲାର ଖଣି ପ୍ରଭାବିତ ଏବଂ ପାହାଡ଼ିଆ ଅଞ୍ଚଳରେ ପିଇବାପାଣି ଯୋଗାଇ ଦିଆଯିବ। ଫଳରେ ଏହି ୩ଟି ଜିଲ୍ଲାର ୨୯୩ଟି ଗ୍ରାମରେ ବାସ କରୁଥିବା ୨.୩୪ ଲକ୍ଷ ଲୋକ ଉପକୃତ ହେବେ। ଏଥିପାଇଁ ଓଡ଼ିଶା ମିନେରାଲ୍ ବିଅରିଂ ଏରିଆ ଡେଭଲପ୍ମେଣ୍ଟ କର୍ପୋରେସନ(ଓଏମ୍ବିଏଡିସି) ପାଣ୍ଠିରୁ ୫୫୧.୭୮ କୋଟି ଟଙ୍କା ବିନିଯୋଗ କରାଯିବ। ଏ ନେଇ ୩ଟି ପ୍ରକଳ୍ପକୁ ଏକାଠି କରି ହାଇଦ୍ରାବାଦ୍ର ଏନ୍ସିସି ଲିମିଟେଡ୍ ଦାଖଲ କରିଥିବା ସର୍ବନିମ୍ନ ଟେଣ୍ଡରକୁ କ୍ୟାବିନେଟ୍ ମଞ୍ଜୁରି ଦେଇଛି। ଏହି ପ୍ରକଳ୍ପ ୨୪ ମାସ ମଧ୍ୟରେ କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟ ସଚିବ ଶ୍ରୀ ପାଢ଼ୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/water-1-1.jpg)