ରାଇଛନ୍ଦାରେ ୧୦ ଦିନ ହେବ ପାନୀୟଜଳ ଯୋଗାଣ ବନ୍ଦ

କବାଟବନ୍ଧ: ବସୁଧା ଯୋଜନାରେ ପ୍ରତ୍ୟେକ ଘରକୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଇବା ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଧର୍ମଶାଳା ବ୍ଲକ‌୍ ରାଇଛନ୍ଦା ପଞ୍ଚାୟତରେ ଏହି ଯୋଜନା ବିଫଳ ହୋଇଥିବା ଅଭିଯୋଗ ହୋଇଛି। ଏହି ପଞ୍ଚାୟତର କେତେକ ଗ୍ରାମରେ ୧୦ ଦିନ ହେଲା ପାନୀୟ ଜଳ ପାଇବାରୁ ଲୋକମାନେ ବଞ୍ଚିତ ହୋଇଛନ୍ତି। ପାଇପ୍‌ ଯୋଗେ ଜଳ ଯୋଗାଣ ବନ୍ଦ ଥିବାରୁ ସାଧାରଣ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପଞ୍ଚାୟତର ବାରକଣା ମଙ୍ଗଳାସାହିରେ ଦେଢ଼ଶହରୁ ଅଧିକ ଲୋକ ବସବାସ କରନ୍ତି।

ବିନା ସୂଚନାରେ ଗତ ୧୦ ଦିନ ହେଲା ଏହି ସାହିକୁ ଜଳଯୋଗାଣ ବନ୍ଦ କରାଯାଇଛି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏସମ୍ପର୍କରେ ଦାୟିତ୍ବରେ ଥିବା ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ଗୋଟିଏ ପାଇପ୍‌ ଫାଟି ଯାଇଥିବାରୁ ଜଳଯୋଗାଣ ହୋଇ ପାରୁନାହିଁ ବୋଲି କହିଛନ୍ତି। ଦଶଦିନରୁ ଅଧିକ ସମୟ ହେଲା ଗୋଟିଏ ପାଇପ୍‌ ମରାମତି କରାଯାଇପାରୁ ନଥିବାରୁ ଗ୍ରାମବାସୀ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଜଳଯୋଗାଣ ତୁରନ୍ତ ସ୍ବାଭାବିକ କରାନଗଲେ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର