ବ୍ରଜରାଜନଗର: ଓରିଏଣ୍ଟ ଥାନା ପକ୍ଷରୁ ଶୁକ୍ରବାର ବିଳମ୍ବିତ ରାତିରେ ମଦୁଆ ଗାଡ଼ି ଚାଳକଙ୍କୁ ଧରିବା ପାଇଁ କାଳୀନଗର ଛକରେ  ଯାଞ୍ଚ କରାଯାଇଥିଲା। ଏହି ଅବସରରେ ୨ ଜଣ ମଦ୍ୟପ ବାଇକ୍ ଚାଳକ ପୁଲିସ୍‌ ହାତରେ ଧରାପଡ଼ିଥିଲେ।

Advertisment

ଏ ନେଇ ଥାନା କେସ୍‌ ନଂ. ୨୭୯ ଓ ୨୮୦ରେ ଦୁଇଟି ପୃଥକ ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରିବା ସହ ବାଇକ୍‌ ଦୁଇଟିକୁ ଜବତ କରାଯାଇଥିଲା। ଆଜି ଉଭୟଙ୍କୁ ଧାରା ୪୧ ଅନୁଯାୟୀ ନୋଟିସ୍‌ ଦେଇ ଛାଡ଼ି ଦିଆଯାଇଥିବା ଥାନାଧିକାରୀ କଲ୍ୟାଣୀ ବେହେରା ସୂଚନା ଦେଇଛନ୍ତି।