ଗୋମାଂସ ବୋଝେଇ ଅଟୋ ଜବତ, ରେଳଧାରଣାରେ ପଡ଼ି ଗୁରୁତର ଅଟୋ ଚାଳକକୁ ଗିରଫ କରିଲା ପୁଲିସ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରାରୁ ରାଉରକେଲାକୁ ଚାଲାଣ ହେଉଥିବା ଗୋମାଂସ ବୋଝେଇ ଅଟୋକୁ ବନ୍ଧମୁଣ୍ଡା ପୁଲିସ ଜବତ କରିଛି l ଘଟଣାସ୍ଥଳରୁ ଚମ୍ପଟ ମାରୁଥିବା ଅଟୋ ଚାଳକ ମହମ୍ମଦ ସାଜିଦ ରେଳଧାରଣାରେ ପଡ଼ି ଗୁରୁତର ଆହତ ହୋଇଛନ୍ତି l ଗୁରୁତର ଅଟୋ ଚାଳକକୁ ପୁଲିସ ଗିରଫ କରି ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଛି l ଜବତ ଗୋମାଂସକୁ ପଶୁ ଚିକିତ୍ସା କର୍ମଚାରୀ ଘଟଣାସ୍ଥଳରେ ପୋତି ଦେଇଥିବା ଜଣାପଡ଼ିଛି l

ମିଳିଥିବା ସୂଚନା ମୁତାବକ କୁତ୍ରାରୁ ଚରିଟି ପିକଅପ ଭ୍ୟାନରେ ଗୋରୁମାଂସ ବୋଝେଇ ହୋଇ ଝାଡ଼ଖଣ୍ଡ ଚାଲାଣ ହେଉଥିଲାl ଏସଂପର୍କରେ ବଜରଙ୍ଗ ଦଳ କର୍ମୀମାନେ ସୂଚନା ପାଇ ଚାରିଟି ଗାଡ଼ିର ପିଛା କରିଥିଲେ l ବନ୍ଧମୁଣ୍ଡା କୁକୁଡା ରେଳ ଫାଟକ ଅତିକ୍ରମ କରିବା ପରେ ଫାଟକ ପଡ଼ିଯାଇଥିଲା l ବଜରଙ୍ଗ ଦଳ କର୍ମୀମାନେ ନିରାଶ ହୋଇ ସେଠାରୁ ଫେରୁଥିବା ବେଳେ ଗୋମାଂସ ବୋଝେଇ ଅଟୋ ହାବୁଡ଼ରେ ପଡ଼ି ଯାଇଥିଲା l

ବଜରଙ୍ଗ ଦଳ କର୍ମୀମାନଙ୍କୁ ଦେଖି ଚାଳକ ସାଜିଦ ଅଟୋ ଛାଡ଼ି ଖସିଯିବାକୁ ରେଳ ଧାରଣରେ ଦୌଡ଼ୁଥିବା ବେଳେ ତଳେ ପଡ଼ି ବେହୋସ ହୋଇ ପଡ଼ିଥିଲେ l ଗୁରୁତର ସାଜିଦକୁ ବଜରଙ୍ଗ ଦଳର କର୍ମୀମାନେ ଉଦ୍ଧାର କରି ପୁଲିସକୁ ହସ୍ତାନ୍ତର କରିଥିଲେ l

ସମ୍ବନ୍ଧିତ ଖବର