କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ନରଣପୁର - ହରିଚନ୍ଦନପୁର ରାସ୍ତାର ନରଣପୁର ନିକଟସ୍ଥ ରାମଚନ୍ଦ୍ରପୁର ରେଲୱେ ଓଭରବ୍ରିଜ୍ ନିକଟରେ ଏକ ୧୪ ଚକିଆ ଟ୍ରକ୍ ତଳକୁ ଖସି ପଡ଼ିବାରୁ ଘଟଣା ସ୍ଥଳରେ ଚାଳକଙ୍କର ମୃତ୍ୟୁ ଘଟିଛି।
ଏ ସଂପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଥିବା ଜଣାଯାଇଛି। କେଉଁ କାରଣରୁ ୧୪ ଚକିଆ ଟ୍ରକ ତଳକୁ ଖସି ପଡ଼ିଥିଲା, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।