ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାଇୱା ଡ୍ରାଇଭର୍ ମୃତ

ରାଉରକେଲା: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାଇୱା ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ମହାନଗରର ବିଶ୍ରା ଅଞ୍ଚଳର ମହିପାଣି ବାସିନ୍ଦା ଭୀଷ୍ମ ମହତୋ l ଆଜି ଝାଡ଼ଖଣ୍ଡର ମନୋହରପୁର ରେଳବାଇ କ୍ବାର୍ଟର ନିକଟରେ ଏକ ହାଇଓ୍ବାରୁ ଚିପ୍ସ ପକାଉଥିବା ବେଳେ ଗାଡ଼ିର ଡାଲା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା । ଏହାଫଳରେ ଘଟଣାସ୍ଥଳରେ ସେ ଗୁରୁତର ହୋଇ ପଡ଼ିଥିଲେ ।

ପରେ ଭୀଷ୍ମଙ୍କୁ ମନୋହରପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଖବର ପାଇ ପରିବାର ଲୋକ ମନୋହରପୁର ଯାଇଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର