ଟ୍ରାକ୍ଟରରେ ଚାପି ହୋଇ ଡ୍ରାଇଭର ମୃତ

ପାଇକମାଳ: ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ୍‌ ଜାମସେଠ ଗ୍ରାମରେ ସୋମବାର ରାତି ପ୍ରାୟ ୮ଟା ସମୟରେ ଏକ ଟ୍ରାକ୍ଟରରେ ଚାପି ହୋଇ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ମଧୁସୂଦନ ବନଛୋର (୩୨)। ଜାମସେଠ୍‌ ଗ୍ରାମର ବିନୋଦ ବାଗଙ୍କ ଜମିରେ ଚାଷ କରୁଥିବା ଚେରଙ୍ଗାଝାଞ୍ଜ ସୁବାଷ ରଣାଙ୍କ ଏକ ଟ୍ରାକ୍ଟର କାଦୁଅରେ ଫସି ଯାଇଥିଲା। ଡ୍ରାଇଭର ମଧୁସୂଦନ ଟ୍ରାକ୍ଟରଟିକୁ ବାହାର କରିବା ପାଇଁ ଚେଷ୍ଟା କରୁଥିବା ବେଳେ ଟ୍ରାକ୍ଟରରେ ଚାପି ହୋଇଯାଇଥିଲେ। ତାଙ୍କର ୪ଟି ସନ୍ତାନ ଅଛନ୍ତି। ଖବର ପାଇ ପାଇକମାଳ ପୁଲିସ୍‌ ଘଟଣାସ୍ଥଳରେ ପହଂଚିଛି। ଶୀତୁଆ ରାତି ସାଙ୍ଗକୁ ଅନ୍ଧାର ଥିବା କାରଣରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ତେଣୁ ଆସନ୍ତାକାଲି ଭୋରୁ ଶବ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ ବୋଲି ଥାନାଧିକାରୀ ବିଶ୍ବଜିତ ମନବୋଧ କହିଛନ୍ତି।

ସମ୍ବନ୍ଧିତ ଖବର