ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ, ଚାଳକ ମୃତ

ଦେଓଗାଁ : ଶନିବାର ରାତିରେ ଦେଓଗାଁ ବନ୍ଧପଡ଼ା ରାସ୍ତାର ଗାଈବାହାଲ ଓ ଅର୍ଡ଼ା ମଝିରେ ଥିବା ଏକ ପୋଲରେ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ଏହାର ଚାଳକ କୁଡ଼ାସିଂହା ଗାଁର ଚିନ୍ତାମଣି ଖମାରୀ (୨୮)ଙ୍କ ମୃତ୍ୟୁ ଘଟିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ବରଗଡ଼ ଜିଲ୍ଲା ପଦ୍ମପୁରର ରାଜେଶ ନାୟକଙ୍କ ଟ୍ରାକ୍ଟର (ଓଡି ୧୭ ଜି ୭୧୭୬) ଏକ ପାଣି ଟାଙ୍କି କଲାହାଣ୍ଡି ଜିଲ୍ଲାର କେସିଙ୍ଗାକୁ ଛାଡ଼ିବାକୁ ଯାଇଥିଲା। ପାଣିଟାଙ୍କି ଛାଡ଼ି ଫେରୁଥିବା ବେଳେ ଏହି ସ୍ଥାନରେ ଦୁର୍ଘଟଣା ଘଟିଥିଲା। ଏନେଇ ତୁଷରା ଥାନା କେସ୍‌ ନମ୍ବର ୨୫୮/୧୭ରେ ଏକ ମାମଲା ରୁଜୁ କରିଥିବା ବେଳେ ଦେଓଗାଁ ଫାଣ୍ଡି ଅଧିକାରୀ ଗୋପୀନାଥ ମହାକୁଡ଼ ତଦନ୍ତ ଦାୟିତ୍ୱ ନେଇଛନ୍ତି।

ସମ୍ବନ୍ଧିତ ଖବର