ବାସୁଦେବପୁର : ବାସୁଦେବପୁର ଥାନା ଅରଣ୍ଡୁଆ ବରି ରାସ୍ତାର ତାରିଣୀ ଛକ ନିକଟରେ ଆଜି ଏକ ବାଲି ବୋଝେଇ ଟ୍ରାକ୍ଟର ଓଲଟି ପଡ଼ିିବାରୁ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତ ଚାଳକ ବ୍ରାହ୍ମଣୀ ଗାଁ ଅଞ୍ଚଳର କୃଷ୍ଣଚନ୍ଦ୍ର ସେଠୀଙ୍କ ପୁଅ ଅଭିରାମ ବୋଲି ଜଣାପଡ଼ିଛି। ସକାଳ ପ୍ରାୟ ନଅଟା ବେଳେ ଅଭି ବେକମୁଡ଼ି ଛକ ନିକଟରୁ ଟ୍ରାକ୍ଟର ଯୋଗେ ବାଲି ବୋଝେଇକରି ବଛିପୁର ଅଞ୍ଚଳକୁ ନେଇଯାଉଥିଲୋ। ତାରିଣୀ ଛକ ନିକଟରେ ଡାହାଣକୁ କାଟି ଯିବା ବେଳେ ଗାଡ଼ିିଟି କୌଣସି କାରଣରୁ ଭାରସାମ୍ୟ ହରାଇ ନୟନଯୋରିକୁ ଓଲଟି ପଡ଼ିିଥିଲା। ନୟନଯୋରିରେ ପାଣିଭର୍ତ୍ତି ଥିବା ବେଳେ ଅଭି ଟ୍ରାକ୍ଟର ତଳେ ଚାପି ରହିଯାଇଥିଲେ। ସ୍ଥାନୀୟ ଲୋକ ଓ ଦମକଳ ବାହିନୀ ପହଞ୍ଚ ଅଭିଙ୍କୁୁ ଗାଡିତଳୁ ଉଦ୍ଧାରକରି ବାସୁଦେବପୁର ଡାକ୍ତରଖାନା ନେଇଆସିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ପୁଲିସ ମୃତ ଦହକୁ ବ୍ୟବଛେଦ ପାଇଁ ପଠାଇବା ସହିତ ଏକ ମାମଲା ରୁଜୁ କରିଛି।
ଓଲଟିଲା ଟ୍ରାକ୍ଟର, ଚାପିହୋଇ ଚାଳକ ମୃତ
/sambad/media/post_attachments/wp-content/uploads/2018/01/basudevpur_Tratar-Accident.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)