ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟିପରକୁ ଧକ୍କା ଦେଲା ଦଶଚକିଆ: ଡ୍ରାଇଭର ମୃତ

ଭୁବନ: ଜାତୀୟ ରାଜପଥ ୫୩ କଡ଼ରେ ଛିଡ଼ା ହୋଇଥିବା ଟିପରକୁ ଧକ୍କା ଦେଲା ଦଶଚକିଆ ଟ୍ରକ। ଘଟଣାସ୍ଥଳରେ ଦଶଚକିଆ ଟ୍ରକ ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି।


ସୁଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୩ ଟିପିଲେଇ ଛକ ନିକଟରେ ଥିବା ପୋଖରୀ କଡ଼ରେ ଘଟିଛି ଦୁର୍ଘଟଣା। ଟିପିଲେଇ ଛକ ନିକଟବର୍ତ୍ତି ରାସ୍ତା କଡ଼ରେ ଥିବା ଏକ ପୋଖରୀ ନିକଟରେ ଟିପର(ଓଆର୍୧୪ଆର୍୭୭୮୧) ଛିଡ଼ା ହୋଇଥିଲା । ଏହି ଟିପର ପଛପଟୁ ଓଡି-୩୫-ଡି-୪୨୧୭ ନମ୍ବର ଦଶ ଚକିଆ ଟ୍ରକ ଧକ୍କା ଦେଇଥିଲା। ଏହାଫଳରେ ଦଶଚକିଆର ଡ୍ରାଇଭର ଗୁରୁତର ହୋଇଥିଲେ।

ଖବର ପାଇ ଘଟଣାସ୍ଥଳରେ ୧୦୮ ଆମ୍ବୁଲାନ୍ସ ଓ ଭୁବନ ଦମକଳ ବାହିନୀ ପହଞ୍ଚି ଏକ ଜେସିବି ସାହାଯ୍ୟରେ ଟ୍ରକକୁ ଅଲଗା କରାଯାଇଥିଲା। ଏହାପରେ ଟ୍ରକରୁ ଡ୍ରାଇଭରଙ୍କୁ ଉଦ୍ଧାର କରି ଭୁବନ ଡାକ୍ତରଖାନାକୁ ଅଣାଯାଇଛି। ତେବେ ଖବର ସଂଗ୍ରହ ସୁଦ୍ଧା ଭୁବନ ପୁଲିସ ପହଞ୍ଚିନଥିବା ଜଣାପଡ଼ିଛି। ଭୁବନ ଡାକ୍ତରଖାନାରେ ଡ୍ରାଇଭରଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର। ତେବେ ମୃତ ଡ୍ରାଇଭର କଟକ ଜିଲ୍ଲା ନରସିଂହପୁର ବ୍ଲକ କାନପୁର ଥାନା କଅଁରପୁର ଗ୍ରାମର ଦେବରାଜ ମଲ୍ଲିକଙ୍କ ପୁଅ ନବକିଶୋର ମଲ୍ଲିକ (୩୫) ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର