ବାସୁଦେବପୁର: ଆଜି ସକାଳେ ବାସୁଦେବପୁର- ଧାମରା ରାସ୍ତାର ପାରାପୋଖରୀ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଟ୍ରକ ଚାଳକର ମୃତ୍ୟୁ ହୋଇଛି। ମୃତ ଚାଳକ ଜଣକ ସ୍ଥାନୀୟ ପାରାପୋଖରୀ ଗ୍ରାମର ଦୟାନିଧି ମହୁନ୍ତଙ୍କ ପୁଅ ବାପି(୩୫) ବୋଲି ଜଣାପଡ଼ିଛି। ଧାମରା ବନ୍ଦରକୁ ଆଇରନ ବୋଝେଇ ଏକ ଟ୍ରକ ଚାପାରେ ବାପିର ମୃତ୍ୟୁ ହୋଇଥିବା ସେଠାରେ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନାରୁ ଜଣା ପଡ଼ିଛି।
ତେବେ ଘଟଣା ଘଟାଇ ଟ୍ରକଟି ଚମ୍ପଟ ମାରିଥିବା ବେଳେ ସ୍ଥାନୀୟ ଅଞ୍ଚଳବାସୀ ଓ ବାପିର ସମ୍ପର୍କୀୟମାନେ କ୍ଷତିପୂରଣ ଦାବି ଓ ପ୍ରଶାସନର ଖମଖିଆଲ ନୀତିକୁ ବିରୋଧ କରି ରାସ୍ତା ଅବରୋଧ କରିଛନ୍ତି। ଘଟଣାରେ ଖବର ପାଇ ସ୍ଥାନୀୟ କଶିଆ ସାମୁଦ୍ରିକ ପୁଲିସ ପରିସ୍ଥିତି ଉପରେ ନଜର ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/accident.jpg)