ଧର୍ମଗଡ଼: ମହୁଲପାଟଣାରୁ ରୋଗୀ ନେଇ ଭବାନୀପାଟଣା ମେଡିକାଲକୁ ଆସୁଥିବା ସମୟରେ ଜୁନାଗଡ଼ ବ୍ଲକ ମଥୁରା ଛକ ନିକଟରେ ଏକ ବୋଲେରୋକୁ ଟ୍ରକ ଧକ୍କା ଦେଇଥିଲା। ଏହାଫଳରେ ଘଟଣାସ୍ଥଳରେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି। ଏଣେ ରୋଗୀ ସମେତ ଆଉ ୩ ଜଣ ଗୁରୁତର ହୋଇଥିବାର ସୂଚନା ରହିଛି। ଗୁରୁତରମାନଙ୍କୁ ଆମ୍ବୁଲାନ୍ସରେ ଜୁନାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମୃତ ଡ୍ରାଇଭର ବିରିକୋଟ ଗ୍ରାମର ଦିଲୀପ ନାଏକ ବୋଲି ସୂଚନା ମିଳିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/dh.jpeg)