ବଲାଙ୍ଗୀର: ବଲାଙ୍ଗୀର-ସମ୍ୱଲପୁର ଜାତୀୟ ରାଜପଥ ୨୬ର ଛତାମଖନା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଟ୍ରକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ତେବେ ଏଯାଏ ମୃତକଙ୍କ ପରିଚୟ ମିଳିପାରି ନାହିଁ।
ସୂଚନା ଅନୁଯାୟୀ, ଗତକାଲି ବିଲମ୍ୱିତ ରାତିରେ ଏକ ଲାଇନ୍ ଟ୍ରକ୍ ବଲାଙ୍ଗୀରରୁ ବରଗଡ଼ ଅଭିମୁଖେ ଯାଉଥିବା ବେଳେ ଛତାମଖନା ଛକଠାରେ ଆଗ ପଟୁ ଆସୁଥିବା ଏକ ଅଜଣା ଗାଡ଼ି ଉକ୍ତ ଟ୍ରକ୍ଟିକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଟ୍ରକ୍ର ସମ୍ମୁଖ ଅଂଶ ଭାଙ୍ଗି ଯାଇଥିବା ବେଳେ ଟ୍ରକ୍ ଚାଳକ ତା’ ଭିତରେ ଚାପି ହୋଇ ଯାଇଥିଲେ।
ଏସଂପର୍କରେ ଖବର ପାଇ ଲୋଇସିଂହା ଏବଂ ବଲାଙ୍ଗୀର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ଟ୍ରକ୍ ଚାଳକଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବଲାଙ୍ଗୀର ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ରିପୋର୍ଟ ପ୍ରସ୍ତୁତ ହେବା ଯାଏ ଦୁର୍ଘଟଣା ଘଟାଇ ଫେରାର ମାରିଥିବା ଗାଡ଼ିକୁ ଠାବ କରାଯାଇପାରିନାହିଁ।
ଜାତୀୟ ରାଜପଥ ୨୬ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍ ଚାଳକଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2022/06/Accident_Thumbnail.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)