ବଡ଼ବିଲ : ବଡ଼ବିଲ ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥ ଭଦ୍ରାସାହି ଛକ ନିକଟରେ ହାଇୱା ଧକ୍କାରେ ଜଣେ ଚାଳକଙ୍କର ମୃତ୍ୟୁ ଘଟିଛି।
ଗୁରୁବାର ଅପରାହ୍ଣ ପ୍ରାୟ ୪ ଟା ବେଳେ ହାଇୱା(ଓଡି ୦୯ ପି-୨୨୩୬)ର ଚାଳକ ଇସଲାମ ଆନସାରୀ ଟାୟାର ଖୋଲି ଭଦ୍ରାସାହିର ଏକ ଟାୟାର ଦୋକାନରେ ମରାମତି କରୁଥିବା ବେଳେ ଯୋଡ଼ା ପଟୁ ବଡ଼ବିଲ ଆସୁଥିବା ଅନ୍ୟ ଏକ ହାଇୱା(ଓଡି୦୯ଜି ୫୩୬୯) ତାଙ୍କ ଉପରେ ଚଢିଯାଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ଇସଲାମର ମୃତ୍ୟୁ ଘଟିଥିଲା। ଡ୍ରାଇଭର ଦ୍ରୁତଗତିରେ ଗାଡି ନେଇ ଫେରାର ହୋଇଯାଉଥିବା ବେଳେ ସ୍ଥାନୀୟ ଲୋକେ ଝାଡ଼ଗାଁ ପେଟ୍ରୋଲ ପମ୍ପ ନିକଟରେ ଗାଡ଼ିକୁ ଅଟକାଇବା ସହ ଚାଳକକୁ ଧରି ପୁଲିସ ଜିମା ଦେଇଥିଲେ।
ସେହିପରି ଭଦ୍ରାସାହି -ବଡ଼ବିଲ ମୁଖ୍ୟ ରାସ୍ତା ସେରେଣ୍ଡା କାସିଆ ଛକ ନିକଟରେ ହାଇୱା(ଓଡି୦୯ପି ୪୨୬୯) ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵରେ ଥିବା ଦୁଇ ଜଣ ବ୍ୟକ୍ତିଙ୍କ ପାଚେରୀ ଭାଙ୍ଗି ଗଛରେ ପିଟି ହୋଇଥିଲା ବେଳେ ରାସ୍ତାରେ ଚାଲି ଚାଲି ଯାଉଥିବା ଚାରିଜଣ ମହିଳା ଅଳ୍ପକେ ବର୍ତ୍ତି ଯାଇଥିଲେ l
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/truck-acc.jpg)