ବରଗଡ଼: ବରଗଡ଼ ଜିଲ୍ଲାର ପଦ୍ମପୁର ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏତିରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ,ଏକ ପିକ ଅପ ଭ୍ୟାନ୍ ଇଟାଗଦାରେ ପିଟି ହୋଇଥିଲା। ଏହାଫଳରେ ଘଟଣାସ୍ଥଳରେ ଚାଳକ ଓ ସହାୟକଙ୍କ ମୃତ୍ୟୁ ଘଟିଥିଲା।
ଗାଡ଼ିରେ କାଠପଟା ଭର୍ତ୍ତି ହୋଇ ସୋହେଲାରୁ ପଦ୍ମପୁରକୁ ଯାଉଥିଲା। ଖବର ପାଇ ପଦ୍ମପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/dead-new-indian-express.jpg)