ରାଉରକେଲା: ସୁନ୍ଦରଗଡ ଜିଲ୍ଳା ବୀରମିତ୍ରପୁର ଅଂଚଳରେ ବହୁଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ ଓ ବେଆଇନ ଗର୍ଭପାତ ମାମଲାର ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ। ଟିଆଇ ପରେଡ୍‌ରେ ଚିହ୍ନଟ ବୀରମିତ୍ରପୁର ଥାନା ଡ୍ରାଇଭର ଗୃହରକ୍ଷୀ ଗୁରୁଚରଣ ଫରିକାରକୁ କ୍ରାଇମବ୍ରାଞ୍ଜ ଟିମ୍‌ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment

ସୂଚନା ଅନୁସାରେ ଆଜି ରାଉରକେଲା କୋର୍ଟରେ ଭିଡିଓ କନ୍‌ଫରେନ୍‌ସିଂରେ ବୀରମିତ୍ରପୁର ଥାନାର ଗୃହରକ୍ଷୀ ଓ କିଛି ପୁଲିସ କର୍ମଚାରୀଙ୍କ ଟିଆଇ ପରେଡ୍‌ ହୋଇଥିଲା। ପୀଡିତା ନାବାଳିକା ଗୃହରକ୍ଷୀ ଗୁରୁଚରଣକୁ ଚିହ୍ନଟ କରିଥିଲେ।  ପରେ କ୍ରାଇମବ୍ରାଞ୍ଚ ଟିମ୍‌  ଗୁରୁଚରଣକୁ ଗିରଫ କରି ସୁନ୍ଦରଗଡ ପକ୍ସୋ କୋର୍ଟରେ ହଜାର କରିଥିଲେ। ସେଠାରେ ଜାମିନ ନାମଞ୍ଜୁର ହେବାରୁ ଗୁରୁଚରଣକୁ ଜେଲ ହାଜତକୁ ପଠାଇ ଦିଆଯାଇଛି।

publive-image

ଗତ ୨୦ ତାରିଖରେ ବୀରମିତ୍ରପୁର କାର୍ଯ୍ୟରତ ୧୨ ପୁଲିସଙ୍କର ଟିଆଇ ପରେଡ୍‌ କରାଯାଇଥିଲା। ସେପଟେ ଥାନାର ଉପର ମହଲାରେ ରହିଥିବା ସିସି ଟିଭିର ହାର୍ଡଡିକ୍ସକୁ ଘରେ ଲୁଚାଇ ରଖିଥିବା ଅନ୍ୟ ଜଣେ ଗୃହରକ୍ଷୀ କ୍ରାଇମବ୍ରାଞ୍ଚ ଟାର୍ଗେଟର ରହିଥିବା ଜଣାପଡିଛି।

ଉଲ୍ଲେଖଯୋଗ୍ୟ, ବୀରମିତ୍ରପୁର ନାବାଳିକାଙ୍କୁ ଦୁଷ୍କର୍ମ ଓ ବେଆଇନ ଗର୍ଭପାତ ମାମଲାରେ ବହିଷ୍କୃତ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝି ଓ ବୀରମିତ୍ରପୁର ସିଏଚ୍‌ସି ଡାକ୍ତର ଦେବାଶିଷ ଘୋଷ ଗିରଫ  ହୋଇ ଏବେ  ଜେଲ୍‌ରେ ଅଛନ୍ତି। ଗତ ମେ’ ମାସ ୧୪ ତାରିଖରେ ବୀରମିତ୍ରପୁର ପୁଲିସ ନାବାଳିକାଙ୍କୁ ବୀରମିତ୍ରପୁର ବସଷ୍ଟାଣ୍ଡରୁ  ଉଦ୍ଧାର କରିଥିଲେ। ୧୬ ତାରିଖରେ ବେଆଇନ ଗର୍ଭପାତ କରାଯାଇଥିଲା। ୨୩ ତାରିଖରେ ଡିସିପିଓ ରାଏବୋଗା ଥାନାରେ ବୀରମିତ୍ରପୁରର ବହିଷ୍କୃତ ଥାନା ଅଧିକାରୀ ଆନନ୍ଦ ମାଝି, ବୀରମିତ୍ରପୁର ସିଏଚ୍‌ସି ଡାକ୍ତର ଦେବାଶିଷ ଘୋଷ, ପାଳିତ ବାପା, ପୀଡିତାଙ୍କ ଦୁଇ ବନ୍ଧୁ ନାଁରେ ଲିଖିତ ଏତଲା ଦେଇଥିଲେ। ୨୬ ତାରିଖରେ ଥାନା ଅଧିକାରୀ ଆନନ୍ଦ ମାଝିଙ୍କୁ ପୁଲିସ ମହାନିର୍ଦ୍ଦେଶକ ଚାକିରିରୁ ନିଲମ୍ବନ କରିଥିଲେ।