୨ଯାତ୍ରୀବାହୀ ବସ ମୁହାଁମୁହିଁ: ଡ୍ରାଇଭର ମୃତ, ୩୦ ଆହତ

ସୋନପୁର/ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅଧୀନ ହିକୁଡ଼ି ଫାଣ୍ଡିର ଡୁଡୁପାଲି ବୁଲାଣିରେ ଆଜି ରାତିରେ ଦୁଇଟି ଘରୋଇ ଯାତ୍ରୀବାହୀ ବସ୍‌ ମୁହାଁମୁହିଁ ହେବା ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ସେହିପରି ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ମୃତ ଡ୍ରାଇଭର ହେଲେ ପ୍ରଦୀପ ପ୍ରଧାନ(୫୩)।

ସୁବର୍ଣ୍ଣପୁରରେ ଅଘଟଣ, ଦୁଇ ଯାତ୍ରୀବାହୀ ବସ୍ ମୁହାଁ ମୁହିଁ ଧକ୍କା । ବହୁ ଯାତ୍ରୀ ଆହତ । ଦୁଇ ବସର ଡ୍ରାଇଭର ଚାପି ହୋଇ ଗୁରୁତର ହୋଇଥିବାବେଳେ ଚକାଡୋଳା ବସର ଡ୍ରାଇଭାରଙ୍କ ମୃତ୍ୟୁ ଘଟିଛି । ମୃତକ ଡ୍ରାଇଭର ଜଣକ ହେଲେ ସମ୍ବଲପୁର ମୁଦିପଡ଼ା ର ପ୍ରଦୀପ ପ୍ରଧାନ(୫୩) । ଅନ୍ୟ ୩୦ ଜଣ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ସୋନପୁର-ସମ୍ବଲପୁର ରାଜ୍ୟ ରାଜ ପଥର ଡୁଡୁପାଲି ନିକଟରେ ଘଟିଛି ଦୁର୍ଘଟଣା।

ସୂଚନା ଅନୁସାରେ ପତି ନାମକ ଏକ ଯାତ୍ରୀବାହୀ ବସ୍ ସୋନପୁରରୁ ସମ୍ବଲପୁରକୁ ଯାତ୍ରୀଙ୍କୁ ନେଇ ଯାଉଥିଲା। ସେପଟୁ ଚକାଡୋଳା ନାମକ ଏକ ବସ୍ ସମ୍ବଲପୁର ପଟୁ ୨/୩ ଜଣଙ୍କୁ ନେଇ ଆସୁଥିବାବେଳେ ଡୁଡୁପାଲି ବୁଲାଣିରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ପତି ବସରେ ଥିବା ୩୦ରୁ ଅଧିକ ଯାତ୍ରୀ ଆହତ ହେବା ସହିତ ଉଭୟ ଗାଡ଼ିର ଡ଼୍ରାଇଭର ଚାପି ହୋଇ ଯାଇଥିଲେ। ଚକାଡୋଳା ବସର ଡ୍ରାଇଭର ଚାପି ହୋଇ ମୃତ୍ୟୁ ବରଣ କରିଥିବା ଦେଖିବାକୁ ମିଳିଛି। ଆହତମାନଙ୍କୁ ଉଦ୍ଧାର କରି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଆହତମାନେ ହେଲେ ସମ୍ବଲପୁରର ଉମେଶ ଦାସ(୩୫), ମାନସିଂ ନାୟକ(୪୦), ଅତାବିରାର ଅମିତ ବାଗ(୩୭), ଉଲୁଣ୍ଡା ଲସତଲାର ଇନ୍ଦ୍ର ହରିପାଳ, କୋଲକାତାର ମିଳନ ସେକ(୨୦), ମନମୁଣ୍ଡା ଗୁହିପିଟାର ଆଶୁତୋଷ ବେହେରା(୨୧), ବରଗଡ଼ର ବେଦମତି ବେହେରା(୬୦) , ଅନୁଗୁଳର ରଜନୀ ବେହେରା, ଉଲୁଣ୍ଡାର କର୍ପୁର ଖେତୀ (୬୦), ଡ଼ାଲଡ଼ବାର କୁମାରୀ ଭଇନ, କେଶବ ବେହେରା, ଚନ୍ଦ୍ର ବେହେରା, ସୋନପୁର ମଝିପଡାର ପଦ୍ମିନୀ ଦାସ, ରେଙ୍ଗାଲିର ଗୋବିନ୍ଦ ଦାସ ଏବଂ ମନମୁଣ୍ଡା ଭାଳିଆପଦରର ସୁମନ୍ତ ଖଣ୍ଡଗିରି ଏବଂ ଅନ୍ୟମାନେ ଅଛନ୍ତି।

ସମ୍ବନ୍ଧିତ ଖବର