ବିଷମକଟକ : ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବିଷମକଟକ ଅଞ୍ଚଳରେ ଗତକାଲି ସମତା ଏକ୍ସପ୍ରେସ ଟ୍ରେନ୍ ଏକ ବିରାଟ ଦୁର୍ଘଟଣାରୁ ବର୍ତିଯାଇଛି। ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ କାଳିପଙ୍ଗା ଗ୍ରାମ ନିକଟ ଦେଇ ଯାଇଥିବା ରେଳ ଧାରଣାରେ ଏକ ସ୍କର୍ପିଓ ଗାଡି ପାର ହେଉଥିବା ବେଳେ ଧାରଣାରେ ଫଶି ଯାଇଥିଲା। ସମସ୍ତ ପ୍ରକାରର ଚେଷ୍ଟା ସତ୍ୱେ ଡ୍ରାଇଭର ଜଣକ ଗାଡ଼ିଟିକୁ ରେଳ ଧାରଣା ଉପରୁ ବାହାର କରିପାରିନଥିଲେ। ଏହି ସମୟରେ ନିଜାମୁଦ୍ଦିନରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ସମତା ଏକ୍ସପ୍ରେସ ଟ୍ରେନ ଏହି ରେଳ ଲାଇନ୍ରେ ଆସିଯାଇଥିଲା। ଟ୍ରେନ ଡ୍ରାଇଭର ରେଳ ଧାରଣା ଉପରେ ଗାଡି ଥିବା ଦୂରରୁ ଦେଖି ବେଗ କମାଇବାରେ ସକ୍ଷମ ହୋଇଥିଲେ। ଫଳରେ ଅଳ୍ପକେ ବଡ଼ ଦୁର୍ଘଟଣାରୁ ବର୍ତି ଯାଇଥିଲା। ନିକଟସ୍ଥ ଗ୍ରାମର କିଛି ଯୁବକଙ୍କ ସହୟତାରେ ଏକ ଘଣ୍ଟାର ପରିଶ୍ରମ ପରେ ସ୍କର୍ପିଓକୁ ରେଳ ଧାରଣାରୁ ହଟାଯାଇଥିଲା। ପରେ ଟ୍ରେନ୍ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥିଲା।
ଦୁର୍ଘଟଣାରୁ ବର୍ତିଲା ସମତା ଏକ୍ସପ୍ରେସ୍
/sambad/media/post_attachments/wp-content/uploads/2018/01/samata.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)