ଭୁବନେଶ୍ବର: ଓଡ଼ିଶାର ଡ୍ରାଇଭର ମହାସଂଘ ଷ୍ଟିଅରିଂ ଛାଡ଼ ଡାକରା ଦେଇଛନ୍ତି। ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ୭ ଦଫା ଦାବି ନେଇ ରାସ୍ତାକୁ ଓହ୍ଲାଇଛି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ରାଜ୍ୟବ୍ୟାପି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଡାକରା ଦିଆଯାଇଛି । ରାଜ୍ୟର ୫ ଲକ୍ଷରୁ ଅଧିକ ଡ୍ରାଇଭର ଏଥିରେ ସାମିଲ ହୋଇଛନ୍ତି। ତେବେ କ୍ଷୀର ଗାଡ଼ି, ସ୍କୁଲ ବସ୍ ଏବଂ ଆମ୍ବୁଲାନ୍ସକୁ ଏଥିରୁ ବା୍ ଦିଆଯାଇଛି।
୬ ଦଫା ଦାବି ମଧ୍ୟରେ ଓଡିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଏବଂ ୱାର୍କର୍ ୱେଲଫେୟାର ବୋର୍ଡରେ ଅଟୋ ଡ୍ରାଇଭରକୁ ସାମିଲ କରିବା ସହ ଜନ ସାଧାରଣଙ୍କ ଆକ୍ରୋଶରେ ଶିକାର ହେଉଥିବା ଡ୍ରାଇଭର ସମାଜର ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଆଇନ ତିଆରି କରାଯିବା ଦାବିକୁ ଅନ୍ତର୍ଭୁକ୍ତ କରାଯାଇଛି।
ସେହିପରି ବୃତ୍ତିଗତ ଡ୍ରାଇଭରଙ୍କୁ ୬୦ ବର୍ଷ ବୟସ ପରେ ସ୍ବତନ୍ତ୍ର ଭତ୍ତା ପ୍ରଦାନ, ପ୍ରତି ୧୦୦ କିଲୋମିଟର ଅନ୍ତରାଳରେ ଗାଡ଼ି ପାର୍କିଂ ଏବଂ ଡ୍ରାଇଭରମାନଙ୍କ ବିଶ୍ରାମ ନେବାପାଇଁ ବିଶ୍ରାମଗାର ଏବଂ ଶୌଚାଳୟ ବ୍ୟବସ୍ଥା ଦାବି ସଂଘ ପକ୍ଷରୁ କରାଯାଇଛି।
ଓଡ଼ିଶାରେ ଥିବା ପ୍ରତ୍ୟେକ ଖଣି ଖାଦାନ ଏବଂ କାରଖାନା ଗୁଡ଼ିକରେ ଓଡ଼ିଶାର ଡ୍ରାଇଭରଙ୍କୁ ଶତକଡ଼ା ୭୦ ପ୍ରତିଶତ କାମ ଦେବା ଏବଂ ସେପ୍ଟେମ୍ବର ୧ ତାରିଖକୁ ଜାତୀୟ ଡ୍ରାଇଭର ଦିବସ ରୂପେ ଘୋଷଣା କରାଯାଉ ବୋଲି ସଂଘ ଦାବି କରିଛି।
ଡ୍ରାଇଭର ମହାସଂଘ ଶାନ୍ତିପୂର୍ଣ୍ଣ ଭାବେ ଭୁବନେଶ୍ବରର ବରମୁଣ୍ଡା ପଡ଼ିଆ ସାମ୍ନାରେ ଧାରଣାରେ ବସିଛନ୍ତି। ଷ୍ଟିଅରିଂ ଛାଡ଼ ଡାକରା ଦେଇ ଆଜି ଡ୍ରାଇଭର ମାନେ ଏହି ଶାନ୍ତିପୂର୍ଣ୍ଣ ଧର୍ମଘଟ ଡାକରା ଦେଇଥିବା ବେଳେ ଲୋକମାନେ ହନ୍ତସନ୍ତ ହେଉଥିବା ନଜର ଆସିଛି । ଏବେ ବି ଦୂର ଦୁରାନରରୁ ଆସି ଯାତ୍ରୀମାନେ ବସ ଷ୍ଟାଣ୍ଡପଡି ରହିଛନ୍ତି ହେଲେ ଯିବାକୁ ଗାଡି ନାହିଁ ।
ଏଭଳି ପରିସ୍ଥିତିରେ ୭ ଦଫା ନେଇ ରାସ୍ତାକୁ ଓହ୍ଲାଇଥିବା ସଂଘ କିନ୍ତୁ ନିଜ ଜିଦରେ ଅଟଳ ରହିଛି । ଯାତ୍ରୀଙ୍କ ସମସ୍ୟା ପାଇଁ ସରକାରଙ୍କୁ ଦାୟୀ କରିଛନ୍ତି ଡ୍ରାଇଭର ମହାସଂଘର ସଦସ୍ୟ । ଏବଂ ଆଗକୁ ଯଦି ସରକାର ଦାବି ଗୁଡିକ ନମାନନ୍ତି ତାହାଲେ ଆସନ୍ତାକାଲି ଠାରୁ ଚରମପନ୍ଥା ଆପଣେଇବା ପାଇଁ ମହାସଂଘ ଚେତାବନୀ ଦେଇଛି ।
/filters:format(webp)/sambad/media/media_files/2025/07/08/12dad9ac-8310-4483-9e3c-e56492dbad4a-2025-07-08-12-05-02.jpg)
ରାଉରକେଲାରେ ଡ୍ରାଇଭର ସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରିଛନ୍ତି l ଏହା ଦ୍ବାରା ଟ୍ରକ ଓ ବସ ସେବା ବାଧାପ୍ରାପ୍ତ ହୋଇଛି l ରାଉରକେଲା ନୂଆ ବସ ଷ୍ଟାଣ୍ଡରେ ସହରରୁ ରାଜ୍ୟ ଓ ରାଜ୍ୟ ବାହାରକୁ ଯାଉଥିବା ଶହ ଶହ ବସ ଅଟକି ରହିଛି l ଯାତ୍ରୀମାନେ ନିଜ ନିଜ ଅଞ୍ଚଳକୁ ଯିବାକୁ ବସି ରହିଛନ୍ତି l
/filters:format(webp)/sambad/media/media_files/2025/07/08/whatsapp-image-2025-07-08-12-05-21.jpeg)
ଡ୍ରାଇଭରମାନେ ପାନପୋଷ ବାଲୁଘାଟ ଛକରେ ଏକାଠି ହୋଇ ଆନ୍ଦୋଳନ ଚଳାଇଛନ୍ତି l ଜାତୀୟ ରାଜପଥ ଯାଉଥିବା ଗାଡି ଗୁଡିକୁ ଷ୍ଟିଅରିଂ ଛାଡି ଆନ୍ଦୋଳନରେ ସାମିଲ ହେବାକୁ ଅନୁରୋଧ ଜରୁଛନ୍ତି l
/filters:format(webp)/sambad/media/media_files/2025/07/08/whatsapp-image-2025-07-08-14-35-56.jpeg)
ଓଡ଼ିଶା ଡ୍ରାଇଭର ମହାସଙ୍ଘ ବିଭିନ୍ନ ଦାବି ପୂରଣ ଲାଗି ଦେଇଥିବା ଆନ୍ଦୋଳନ ଡାକରାରେ ସାମିଲ ହୋଇଛନ୍ତି ବାଲିପାଟଣା ଡ୍ରାଇଭର ମହାସଙ୍ଘ ଶାଖା ସଦସ୍ୟ। ଜୟଦେବ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିପାଟଣା ଓ ବାଲିଅନ୍ତା ଡ୍ରାଇଭର ସଙ୍ଘ କର୍ମକର୍ତା ସକାଳୁ ଏକତ୍ରିତ ହୋଇ ବାଲିପାଟଣା ଛକ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ତଳେ ପ୍ରତିବାଦ କରିବା ସହ ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି। ବିଭିନ୍ନ ସ୍ଲୋଗାନ ଦେଇଛନ୍ତି। ନିମାପଡା ସରଦେଇପୁର ରାସ୍ତାରେ ଯାତାୟାତ କରୁଥିବା ଗାଡ଼ି ଚାଳକଙ୍କୁ ମହାସଂଘ ଆନ୍ଦୋଳନରେ ସାମିଲ ହେବାକୁ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଛି।
ଡ୍ରାଇଭରମାନେ ଷ୍ଟିଅରିଂ ଛାଡି ଦାବି ପୂରଣ ଲାଗି ରାସ୍ତାକୁ ଓହ୍ଲାଇଛନ୍ତି। ସରକାର ଦାବି ପୂରଣ ନ କରିବା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପାଇଁ ଷ୍ଟିଅରିଂ ଛାଡ଼ିବେ ବୋଲି କହିଛନ୍ତି। ବାଲିପାଟଣା ଡ୍ରାଇଭର ମହାସଂଘ ସଭାପତି ମୁନା ମଲ୍ଲିକ , ଉପ ସଭାପତି ବୃନ୍ଦାବନ ଜେନା , ସମ୍ପାଦକ ସରୋଜ ପାଗଡ଼ , ସହ ସମ୍ପାଦକ ଦୁଷ୍ମନ୍ତ ବାରିକ , ଉପଦେଷ୍ଠା ନିମାଇଁ ଚରଣ ଦୀକ୍ଷିତ ,ରାଜ କିଶୋର ବେହେରା ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଛନ୍ତି।
/filters:format(webp)/sambad/media/media_files/2025/07/08/whatsapp-image-2025-07-08-15-39-38.jpeg)
କାମାକ୍ଷାନଗର ଉପଖଣ୍ଡରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସରକାର ଦାବି ନଶୁଣିଲେ ପରିବାର ସହିତ ରାଜ ରାସ୍ତାକୁ ଓହ୍ଲାଇବେ ଡ୍ରାଇଭର ସଂଘ। ଏଭଳି ସିଧା ସଳଖ ଚେତାବନୀ ଦେଇଛନ୍ତି ଓଡ଼ିଶା ଡ୍ରାଇଭର ମହାସଂଘର ସଦସ୍ୟ ଥିବା ଢେ଼ଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳର ୪୦୦୦(ଚାରିହଜାର) ରୁ ଉର୍ଦ୍ଧ୍ବ ଡ୍ରାଇଭର । ଆନ୍ଦୋଳନ କରୁଥିବା ବେଳେ ପରଜଙ୍ଗ ଓ କଙ୍କଡାହାଡ଼ ବ୍ଲକରେ ମଧ୍ୟ ଆନ୍ଦୋଳନ ଜାରି ରହିଛି।
/filters:format(webp)/sambad/media/media_files/2025/07/08/whatsapp-image-2025-07-08-15-40-06.jpeg)
ଗୁଡାରି ଡ୍ରାଇଭର ସଂଘ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଦାବି ପୂରଣ ନ ହେବା ଯାଏଁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରାଯିବ ବୋଲି ସୂଚନା ମିଳିଛି। ଗୁଡାରି ସହରକୁ କୌଣସି ବସ୍, ଟ୍ରକ, ଅଟୋ ଏବଂ ଯାତ୍ରୀବାହୀ ଯାନ ଚଳାଚଳ ଠପ ହୋଇଯାଇଛି।
/filters:format(webp)/sambad/media/media_files/2025/07/08/whatsapp-image-2025-07-08-15-41-20.jpeg)
ଆନ୍ଦୋଳନକୁ ଓହ୍ଲାଇଲେ ଓଡ଼ାପଡ଼ା ଡ଼୍ରାଇଭର ସଂଘ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/07/08/drivers-association-steering-wheel-abandonment-movement-2025-07-08-09-10-09.jpg)