ବାଲେଶ୍ବର: ଦକ୍ଷିଣ-ପୂର୍ବ ରେଳପଥ ଖଡ଼ଗପୁର ଡିଭିଜନର ଡିଆର୍ଏମ୍ ମନୋରଞ୍ଜନ ପ୍ରଧାନ ଆଜି ଅଚାନକ ବାଲେଶ୍ବର ଗସ୍ତରେ ଆସି ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ସହ ଜିଲ୍ଲାର ବିଭିନ୍ନ ରେଳ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଥିଲେ। ବାଲେଶ୍ବର ପୁରୁଣା ଷ୍ଟେସନ୍ର ରୂପରେଖ ପରିବର୍ତ୍ତନ ହୋଇ ଆଗାମୀ ଦିନରେ ମଡେଲ୍ ଷ୍ଟେସନ୍ରେ ପରିଣତ ହେବାକୁ ଯାଉଛି। ଏହା ପୂର୍ବରୁ ମଡେଲ ଷ୍ଟେସନ୍ ପାଇଁ ଶିଳାନ୍ୟାସ ଶେଷ ହୋଇଥିବା ବେଳେ କାର୍ଯ୍ୟର ଅଗ୍ରଗତି ସଂପର୍କରେ ଆଜି ଡିଆର୍ଏମ୍, ରେଲୱେର ସିନିଅର ଡିଭିଜିନାଲ୍ ଇଂଜିନିୟର, ଡିଭିଜନାଲ୍ ଇଂଜିନିୟର, ସିନିଅର ଡିଭିଜନାଲ୍ ସିକ୍ୟୁରିଟି କମିଶନର ଏବଂ ସିନିଅର ଡିଭିଜିନାଲ୍ କମର୍ସିଆଲ୍ ମ୍ୟାନେଜର ଆସି ଜିଲ୍ଲାପାଳଙ୍କ ସହ ବୈଠକ କରି ଫେରିଥିଲେ।
ଏହା ସହ ବାଲେଶ୍ବରରେ ପ୍ରସ୍ତାବିତ ମଡେଲ ଷ୍ଟେସନ୍ ନିର୍ମାଣ ପାଇଁ ଭିତ୍ତିଭୂମି ଓ ଜବରଦଖଲ ଉଚ୍ଛେଦ ସଂପର୍କରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା ହୋଇଥିଲା। ଶେଷରେ ଷ୍ଟେସନ ସଂପର୍କରେ ଆଲୋଚନା ପରେ ନୀଳଗିରିକୁ ଗସ୍ତ କରିଥିଲେ ଡିଆର୍ଏମ୍ ଓ ରେଲୱେ ଟିମ୍। ନୀଳଗିରିକୁ ପାସେଞ୍ଜର ଟ୍ରେନ୍ ଚଳାଚଳ ନେଇ ଷ୍ଟେସନ ବିଲ୍ଡିଂ ଓ ଷ୍ଟପେଜ୍ ସଂପର୍କରେ ସ୍ଥିତି ଅନୁଧ୍ୟାନ କରି ଫେରିବେ ବୋଲି ସୂଚନା ଦେଇଥିଲେ।