ରାୟଗଡ଼ା: ପୂର୍ବତଟ ରେଳପଥର ବିଶାଖାପାଟଣମ୍ ଡିଭିଜନର ଡିଆରଏମ ଅନୁପ ଶତପଥୀ ବୁଧବାର ବିଶାଖାପାଟଣମ୍ ଏବଂ ରାୟଗଡା ସେକ୍ସନର ତଦାରଖ କରିଥିଲେ। ସେକ୍ସନରେ ଚାରିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା ଏବଂ ଏହି ସେକ୍ସନରେ ଦିଆଯାଉଥିବା ସମସ୍ତ ସୁବିଧା ସୁଯୋଗର ମଧ୍ୟ ତଦାରଖ କରିଥିଲେ। ବର୍ତ୍ତମାନ କାମ ଚାଲିଥିବା କାମଗୁଡିକର ରିପୋର୍ଟ ତଲବ କରିଥିଲେ। ଷ୍ଟେସନରେ ଯାତ୍ରୀଙ୍କ ପାଇଁ ଦିଆଯାଉଥିବା ସୁବିଧାର ତର୍ଜମା କରିଥିଲେ।

Advertisment

publive-image

ଯାତ୍ରୀ ବିଶ୍ବାମ କକ୍ଷ ସହ ଟିକଟ କାଉଣ୍ଟରର ମଧ୍ୟ ପଚିଚାଳନାକୁ ତଦାରଖ କରିଥିଲେ। ପରେ ସେ ଏଠାରୁ ପାର୍ବତୀପୁରମ ଏବଂ ଗଜପତିନଗରମ୍ ଷ୍ଟେସନକୁ ବୁଲିବାକୁ ଯାଇ ସେଠାରେ ମଧ୍ୟ କାର୍ଯ୍ୟର ସମୀକ୍ଷା କରିଥିଲେ। ରାୟଗଡା ଷ୍ଟେସନର ସମସ୍ତ କର୍ମଚାରୀଙ୍କ ସହ ସାକ୍ଷାତ କରି ଆଲୋଚନା କରିବା ସହ ରେଳବାଇ କଲୋନୀକୁ ଯାଇ ସେଠାରେ ବାସ କରୁଥିବା ଲୋକଙ୍କ ସହ ମଧ୍ୟ ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ। ସମସ୍ତଙ୍କୁ ନେଇ ଏକ ଛୋଟିଆ ଆଲୋଚନା କରିବା ସହ କେଉଁ ପ୍ରକାର ସୁବିଧା ଦରକାର ସେସବୁ ପଚାରି ବୁଝିଥିଲେ।

publive-image

ଏହି ସେକ୍ସନଗୁଡିକରେ ବୁଲିବା ସମୟରେ ଡିଆରଏମ୍‌ ଶ୍ରୀ ଶତପଥୀଙ୍କ ସହ ଏସଡିଓଏମ ଜି.ସୁନୀଲ କୁମାର,ଏସଡିଇ ପି.କେ.ମହାରଣା, ଏସଡିସିଏମ ଏ କେ ତ୍ରିପାଠୀ, ଏସଡିଏମଇ ଏସକେ ପାତ୍ର, ଏସଡିଇଇ ସିଏଚ କାମେଶ୍ବର ରାଓ, ଏସଡିଏସଲଓ ପ୍ରବୀଣ ଭାଟ୍ଟି, ଏସଡିଇଇ(ଅପେରେସନ) ଶିବାନନ୍ଦ ପ୍ରସାଦ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।