ପୁରୀ: ଶ୍ରୀମନ୍ଦିର ଓ ପରିକ୍ରମା ପ୍ରକଳ୍ପ ଉପରେ ଆଜି ସନ୍ଧ୍ୟା ବେଳେ ପୁଣି ଡ୍ରେନ୍ ଉଡ଼ୁଥିବାର ଦେଖିବାକୁ ମିଳିଛି। ତେବେ ଖୋଦ୍ ଏସ୍ପି ପ୍ରତୀକ ସିଂ ଏହା ଦେଖି ଏହାକୁ ଜବତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ସିଂହଦ୍ବାର ଥାନା ପୁଲିସ ଏବଂ ଏକ ସ୍ବତନ୍ତ୍ର ପୁଲିସ ଟିମ୍ ଏହି ଡ୍ରେନ୍କୁ ପିଛା କରି ଶନି ମନ୍ଦିର ଗଳିରୁ ଜବତ କରିଥିଲା।
ଏହି ଡ୍ରୋନ୍କୁ ଉଡ଼ାଉଥିବା ଯୁବକ ଛତିଶଗଡ଼ର ଦୁର୍ଗାପ୍ରସାଦ ଯାଦବକୁ ପୁଲିସ ଧରି ତାକୁ ସିଂହଦ୍ବାର ଥାନାରେ ଅଟକ ରଖିଛି। ଶ୍ରୀମନ୍ଦିର ଓ ଏହାର ପରିସରରେ କୌଣସି ପ୍ରକାର ଡ୍ରେନ୍ ଉଡ଼ାଇବା ନିଷେଧ ରହିଥିବା ସତ୍ବେ ଏହି ଅବୈଧ କାର୍ଯ୍ୟ କରିବା ଅଭିଯୋଗରେ ପୁଲିସ ଦୁର୍ଗାପ୍ରସାଦକୁ ଅଟକ ରଖି ତଦନ୍ତ ଚଳାଇଛି।
ଦୁର୍ଗାପ୍ରସାଦ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍ପି ଶ୍ରୀ ସିଂ କହିଛନ୍ତି। ଶ୍ରୀମନ୍ଦିର ଓ ଏହାର ସୁରକ୍ଷା ନିୟମକୁ ସମ୍ମାନ କରନ୍ତୁ ଏବଂ ଏପରି ଅବୈଧ କାର୍ଯ୍ୟରୁ ଦୂରେ ରୁହନ୍ତୁ ବୋଲି ଏସ୍ପି ଶ୍ରୀ ସିଂ ଆହ୍ବାନ ଦେଇଛନ୍ତି।
Puri Jagannath temple
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/10/10/new-project-2-2025-10-10-21-56-18.jpg)