ଡ୍ରପ୍ ଆଉଟ୍‌ କମୁଛି: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର : ୨୦୦୨-୦୩ ମସିହାରେ ପ୍ରାଥମିକ ସ୍ତରରେ ୩୬.୦୨ ଓ ଉଚ୍ଚ ପ୍ରାଥମିକ ସ୍ତରରେ ଡ୍ରପ୍ ଆଉଟ୍‌ ହାର ୫୫.୩୬ ପ୍ରତିଶତ ଥିଲା। ୨୦୧୮-୧୯ରେ ଏହା କମିଯାଇ ଯଥାକ୍ରମେ ୫.୪୨ ଓ ୬.୯୩ ପ୍ରତିଶତ ରହିଛି। ଆଜି ବିଧାନସଭାରେ ସି ଏସ୍ ରାଜେନ୍ ଏକ୍କାଙ୍କ ଲିଖିତ ପ୍ରଶ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ତଥ୍ୟ ଦେଇଛନ୍ତି। ଗୃହ କାର୍ଯ୍ୟ, ଶାରୀରିକ ଓ ମାନସିକ ଅସଙ୍ଗତି, ଦାରିଦ୍ର୍ୟ, ଛୋଟ ପିଲାଙ୍କ ଯତ୍ନ ନେବା, କିଶୋରୀ ସମସ୍ୟା, ଶ୍ରେଣୀରେ ଉତ୍ତୀର୍ଣ୍ଣ ନ ହେବା, ସ୍ଥାନାନ୍ତରଣ ଆଦି କାରଣ ପାଇଁ ଡ୍ରପ୍‌ ଆଉଟ୍‌ ହେଉଛି ବୋଲି ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର