ବିଧାନସଭାରେ ମରୁଡ଼ି ତାତି : ବର୍ଷା ଅଭାବରୁ ୫ ଜିଲ୍ଲାରେ ସ୍ଥିତି ଭୟଙ୍କର ରୂପ ନେଲାଣି

ବଲାଙ୍ଗୀରରେ ଚାଷୀ ଆତ୍ମହତ୍ୟା କଲେଣି: କଂଗ୍ରେସ, ରାଜସ୍ବ ମନ୍ତ୍ରୀ ଗୃହରେ ବିବୃତି ଦେବେ: ବାଚସ୍ପତି

ଭୁବନେଶ୍ବର : ବର୍ଷା ଅଭାବରୁ ରାଜ୍ୟର ୫ଟି ଜିଲ୍ଲାରେ ଗଜା ମରୁଡ଼ି ସ୍ଥିତି। ସ୍ଥିତି ଏତେ ଗମ୍ଭୀର େଯ ଚାଷୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲାଣି। ଆଜି ବିଧାନସଭାରେ ବିେରାଧୀ କଂଗ୍ରେସ ଏଭଳି ସଙ୍ଗିନ ଅଭିେଯାଗ ଆଣିଛି।

ଗୁରୁବାର ବଲାଙ୍ଗୀରର ଚାଷୀ ଭକ୍ତବନ୍ଧୁ ଦଣ୍ଡସେନା ବିଷ ପିଇ ଆତ୍ମହତ୍ୟା କରିଥିବା ଦର୍ଶାଇ ଆଜି କଂଗ୍ରେସ ବିଧାୟକ ଦଳ ଉପନେତା ସନ୍ତୋଷ ସିଂହ ସାଲୁଜା ଓ କଂଗ୍ରେସ ବିଧାୟକ ଦଳ ନରସିଂହ ମିଶ୍ର ବିଧାନସଭାରେ ପ୍ରବଳ ଅସନ୍ତୋଷ ପ୍ରକାଶ କରିଥିଲେ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ବିବୃତି ଦାବି କରିବା ସହିତ ଅଭିେଯାଗ ସତ୍ୟ ଓ ଅସତ୍ୟ ତାହାର ଯାଞ୍ଚ ଲାଗି ଗୃହ କମିଟି ଗଠନ ପାଇଁ ବି ପ୍ରସ୍ତାବ ଦେଇଥିଲେ। ପରିସ୍ଥିତିର ଗମ୍ଭୀରତା ଉପଲବ୍ଧି କରି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ରାଜ୍ୟରେ ମରୁଡ଼ି ପଦଧ୍ବନି ସଂପର୍କରେ ଆସନ୍ତା ୨ ଦିନ ମଧ୍ୟରେ ଗୃହରେ ବିବୃତି ଦେବା ଲାଗି ରୁଲିଂ େଦଇଛନ୍ତି।

ଆଜି ଶୂନ୍ୟକାଳରେ ଶ୍ରୀ ସାଲୁଜା ଏକ ବୈଧାନିକ ପ୍ରଶ୍ନ ଉତ୍ଥାପନ ଆଳରେ ଏ ପ୍ରସଙ୍ଗ ଗୃହ ସାମ୍ନାକୁ ଆଣିଥିଲେ। କହିଥିଲେ, ବଲାଙ୍ଗୀର, ରାୟଗଡ଼ା, ଗଜପତି, କନ୍ଧମାଳ ଓ ବାଲେଶ୍ବର ଭଳି ୫ଟି ଜିଲ୍ଲାରେ ମରୁଡ଼ି ସ୍ଥିତି ସୃଷ୍ଟି େହଲାଣି। ଜୁଲାଇ ସୁଦ୍ଧା ୩୯୩ ମିଲିମିଟର ବର୍ଷା େହବା କଥା। ମାତ୍ର ଏଯାଏ ୨୯୦ ମିଲିମିଟର ବର୍ଷା େହାଇଛି। ଅର୍ଥାତ୍ ୧୦୯ ମିଲିମିଟର କମ୍ ବର୍ଷା େହାଇଛି। ଏହାର ପରିଣାମରେ ବଲାଙ୍ଗୀର, ଗଜପତି, ରାୟଗଡ଼ା, କନ୍ଧମାଳ ଆଦି ଜିଲ୍ଲାରେ ବର୍ଷାଭାବ ଦେଖାଯାଇଛି। ଗତ ୪ ବର୍ଷ ଧରି ବଲାଙ୍ଗୀର ଜିଲ୍ଲାରେ ଏମିତି ପରିସ୍ଥିତି ସୃଷ୍ଟି େହଉଛି। ଏବର୍ଷ ସମସ୍ତ ୧୪ଟି ଯାକ ବ୍ଲକରେ ମରୁଡ଼ି। ବଲାଙ୍ଗୀରର ଜଣେ ଚାଷୀ ଭକ୍ତବନ୍ଧୁ ନିଜ ବିଲର ସ୍ଥିତି ଦେଖି ଗତକାଲି ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ପୁଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ମଧ୍ୟ ରୁଜୁ କରିଛି।

ଶ୍ରୀ ସାଲୁଜା ଅଭିେଯାଗ କରିଥିଲେ େଯ ଭକ୍ତବନ୍ଧୁ କାଳିଆ େଯାଜନାର ହିତାଧିକାରୀ ନ ଥିଲା। ତାର ବୀମା ପଇସା ନ େଦଇ କଂପାନି ଚାଲିଯାଇଛି। ଏଥରର ଚାଷ ସ୍ଥିତି ସେ ସହ୍ୟ କରିପାରିନି ଓ ଏଭଳି କଠୋର ନିଷ୍ପତ୍ତି େନଇଛି।

ଶ୍ରୀ ସାଲୁଜା ଆହୁରି କହିଥିଲେ, ରାଜ୍ୟ ସରକାର େଗାଟିଏ ବୁନ୍ଦା ବି ପାଣି ବ୍ୟବସ୍ଥା କରିନାହାନ୍ତି। ନିୟମ ଅନୁସାରେ, ରାଜ୍ୟ ସରକାର ଆଖି ଦେଖା ରିେପାର୍ଟ ଆଧାରରେ ମରୁଡ଼ି େଘାଷଣା କରିବା କଥା ଓ ଆନୁସଙ୍ଗିକ ସହାୟତା ବି ଦେବା ଉଚିତ। ମାତ୍ର ଗତ ଦିନରେ େଯତେବେଳେ ମରୁଡ଼ି େଘାଷଣା େହାଇଥିଲା, େସତେବେଳେ ଅନ୍ୟ କୌଣସି ସହାୟତା ଦେଇନଥିଲେ। ମରୁଡ଼ି ପ୍ରବଣ ଜିଲ୍ଲା ଭାବେ ସରକାର କିଛି ବି କରିନାହାନ୍ତି। ଏବେ ସରକାର ଯଦି ତୁରନ୍ତ ପଦକ୍ଷେପ ନ ନେବେ, ତେେବ େଲାକେ ପୋକ ମାଛି ଭଳି ମରିବେ।

କଂଗ୍ରେସ ଦଳ ନେତା ଶ୍ରୀ ମିଶ୍ର କହିଥିଲେ, ସାରା ଓଡ଼ିଶାରେ ମରୁଡ଼ିର ପଦଧ୍ବନି। ସରକାର ତୁରନ୍ତ ପଦକ୍ଷେପ ନେବା ଉଚିତ। ଶ୍ରାବଣ ମାସ ହେଲାଣି ବର୍ଷା ନାହିଁ। ଧାନ ବୁଣା େହାଇଥିଲା, ତାହା ଚୂଲିକୁ ଗଲା। ପିଇବା ପାଇଁ ପାଣି ନାହିଁ, ଗାେଧାଇବା ପାଇଁ ବି। ରାଜସ୍ବ ମନ୍ତ୍ରୀ ତୁରନ୍ତ ଗୃହରେ ବର୍ତମାନର ସ୍ଥିତି ସଂପର୍କରେ ଏକ ବିବୃତି ରଖିବା କଥା।

ଶ୍ରୀ ମିଶ୍ର କହିଲେ, ସରକାର କହୁଛନ୍ତି, ୪୩ କି ୩୩ ପ୍ରତିଶତ ଜମିକୁ ପାଣି େଯାଗାଇଛନ୍ତି। ଅର୍ଥାତ୍ ଏତେସବୁ ଜମିରେ ତ ଚାଷୀ ଚାଷ ନିଶ୍ଚୟ କରୁଥିବ। ବାଚସ୍ପତି ଏଥିରେ ହସ୍ତକ୍ଷେପ କରନ୍ତୁ। ତୁରନ୍ତ ଏକ ଗୃହ କମିଟି ଗଠନ କରନ୍ତୁ ଓ ଏହି କମିଟି ସ୍ଥିତି ଅନୁଧ୍ୟାନ କରି ସତ କଣ ତାହା େଦଖିଆସୁ। ଚଳିତ ଅଧିବେଶନ ଭିତରେ ରିେପାର୍ଟ ଦେଲେ, ସତ ଜଣାପଡ଼ିବ। ଏଠାରେ କାଦୁଅ ଫିଙ୍ଗା ରାଜନୀତିର କିଛି ଅର୍ଥ ନାହିଁ।

ବଲାଙ୍ଗୀର ଜିଲ୍ଲାରେ ସ୍ବାଧୀନତାର ୭୨ ବର୍ଷ ଭିତରେ ବି ଜଳସେଚନ େହାଇପାରିଲା ନାହିଁ େବାଲି େକ୍ଷାଭ ପ୍ରକଟ କରିଥିଲେ ଶ୍ରୀ ମିଶ୍ର। କହିଥିଲେ, ବଲାଙ୍ଗୀର ଏକ ଶିଳ୍ପ ବିହୀନ ଜିଲ୍ଲା। ଏଠାରେ ଚାଷୀ ଆତ୍ମହତ୍ୟା କଲେଣିି। ମନ୍ତ୍ରୀ ବିବୃତି ଦେବା ଦରକାର। ଅତୀତରେ ଏକ ଚାଷୀ ଆତ୍ମହତ୍ୟା ଘଟଣାରେ ବର୍ତମାନର ସରକାରୀ ଦଳ ମୁଖ୍ୟ ସଚେତକଙ୍କ ଅଧ୍ୟକ୍ଷତାରେ ଏକ କମିଟି ଅନୁଧ୍ୟାନ କରି ରିେପାର୍ଟ ଦେବାକୁ କୁହାଯାଇଥିଲା। ଏହି ରିେପାର୍ଟ ଆଜିଯାଏ ବି ଗୃହ ଦେଖିପାରିଲା ନାହିଁ। ବାଚସ୍ପତି ତୁରନ୍ତ ହସ୍ତକ୍ଷେପ କରିବା ଲାଗି ଶ୍ରୀ ମିଶ୍ର ଅସନ୍ତୋଷ ଜଣାଇଥିଲେ।

ସମ୍ବନ୍ଧିତ ଖବର