୨୨ ଜିଲ୍ଲାକୁ ମରୁଡ଼ି ଭୟ, ଦିନକୁ ଦିନ ସ୍ଥିତି ବିଗୁଡ଼ୁଛି

୯୬ ବ୍ଲକ୍‌ ଅତି ଭୟଙ୍କର, ୮ ଜିଲ୍ଲାକୁ ବିପଦ ନାହିଁ

ଭୁବନେଶ୍ବର : ରାଜ୍ୟରେ ୨୧ଟି ଜିଲ୍ଲାରେ ସ୍ବାଭାବିକ ଠାରୁ କମ୍ ବର୍ଷା େହାଇଛି। ବ୍ଲକକୁ ବିଚାରକୁ ନେଲେ, ୨୦୬ଟି ବ୍ଲକରେ ଚାଷ ପ୍ରତି ବିପଦ ସୃଷ୍ଟି େହଲାଣି। କିନ୍ତୁ ୨୪ଟି ବ୍ଲକ ସ୍ଥିତି ସାଂଘାତିକ। ଏମିତି େଯ ସେସବୁ ବ୍ଲକରେ ୫୯% କମ୍ ବର୍ଷା େହାଇଛି।

ରାଜ୍ୟରେ ସମ୍ଭାବ୍ୟ ମରୁଡ଼ି ପରିସ୍ଥିତି େନଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ବିଧାନସଭାରେ ଆଜି ଏମିତି ବିବୃତି ରଖିଛନ୍ତି। ରାଜ୍ୟରେ ମରୁଡ଼ି ପରିସ୍ଥିତି ସୃଷ୍ଟି େହାଇଛି, ଏମିତି କିଛି େଘାଷଣା ମନ୍ତ୍ରୀ କରିନାହାନ୍ତି। ବଲାଙ୍ଗୀର ଚାଷୀ ଆତ୍ମହତ୍ୟା ଅଭିେଯାଗ ସଂପର୍କରେ ବି ମନ୍ତ୍ରୀ ନିରବ ରହିଛନ୍ତି। କିନ୍ତୁ ମନ୍ତ୍ରୀଙ୍କ ବିବୃତି ସୂଚାଉଛି େଯ ବିପଦ ଆସନ୍ନ।

ହେଲେ ରାଜ୍ୟରେ ଦିନକୁ ଦିନ ସ୍ଥିତି େଯ ଅସମ୍ଭାଳ ହେବାରେ ଲାଗିଲାଣି, ଏକଥା ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ ରିେପାର୍ଟ ଅନୁଧ୍ୟାନ କଲେ ଜଣାପଡ଼ୁଛି। ପ୍ରଭାବିତ ଜିଲ୍ଲା ସଂଖ୍ୟା କେବଳ ବଢ଼ିଛି ତା ନୁହେଁ, େଗାଟିଏ ଦିନରେ ମନ୍ତ୍ରୀଙ୍କ ରିେପାର୍ଟର ଅଧିକ ଚାରିଗୁଣ ବ୍ଲକ ପ୍ରଭାବିତ େହାଇଥିବା ଦେଖାଯାଉଛି। ଅର୍ଥାତ୍ ତୁରନ୍ତ ବର୍ଷା ନ େହଲେ ସ୍ଥିତି େଯ
ଅସମ୍ଭାଳ ହୋଇପାରେ, ଏମିତି ଆଶଙ୍କା ବଢିବାରେ ଲାଗିଲାଣି।

ବାଚସ୍ପତିଙ୍କ ନିେର୍ଦଶ ଅନୁସାରେ, ଆଜି ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ମରୁଡ଼ି ସଂପର୍କରେ ଦୁଇ ପୃଷ୍ଠାର ଲମ୍ବା ବିବୃତି ପାଠ କରିଥିଲେ। କହିଥିଲେ, ଚଳିତବର୍ଷ ମୌସୁମୀ ବିଳମ୍ବରେ ଓଡ଼ିଶାରେ ପ୍ରବେଶ କରିଥିଲା। ଜୁନ୍ ୨୧ରେ ପ୍ରବେଶ କଲା ଓ ୨୨ରେ ସମଗ୍ର ରାଜ୍ୟକୁ ସ୍ପର୍ଶ କଲା। କିନ୍ତୁ ପରିସଂଖ୍ୟାନ କହୁଛି, ଜୁନ ମାସରେ ସ୍ବାଭାବିକ ବୃଷ୍ଟି ଠାରୁ ୩୧.୫% କମ୍ ବର୍ଷା େହାଇଛି। ଜୁଲାଇ ମାସର ବର୍ଷାକୁ ବିଚାର କଲେ ଗତକାଲି ଅର୍ଥାତ୍ ୧୯ ତାରିଖ ପର୍ଯ୍ୟନ୍ତ ସ୍ବାଭାବିକ ଠାରୁ ୨୦.୫% କମ୍ ବର୍ଷା େହାଇଛି। େମାଟାମୋଟି ଭାବେ ଚଳିତ ବର୍ଷା ଋତୁରେ, ଜୁନ୍ ୧ରୁ ଜୁଲାଇ ୧୯ ତାରିଖ ପର୍ଯ୍ୟନ୍ତ ସମୁଦାୟ ବୃଷ୍ଟିପାତର ପରିମାଣ ସ୍ବାଭାବିକ ବର୍ଷା ଠାରୁ ୨୬.୩% କମିଗଲାଣି। ଗତବର୍ଷ ଏହି ସମୟ ମଧ୍ୟରେ ବୃଷ୍ଟିପାତ ସ୍ବାଭାବିକ ଠାରୁ ୮.୩% କମ୍ ଥିଲା।

ମନ୍ତ୍ରୀ କହିଥିଲେ, େକାରାପୁଟ, େଖାର୍ଧା, ନବରଙ୍ଗପୁର, କଟକ, କଳାହାଣ୍ଡି, ଝାରସୁଗୁଡା, ପୁରୀ, ମାଲକାନଗିରି, ବରଗଡ ଜିଲ୍ଲାର ୧୦୮ଟି ବ୍ଲକରେ ବର୍ଷା ସ୍ବାଭାବିକ ରହିଛି। ଅନ୍ୟ ୨୧ଟି ଜିଲ୍ଲାରେ ବୃଷ୍ଟିପାତର ପରିମାଣ କମ ଅଛି। ବଲାଙ୍ଗୀର ଜିଲ୍ଲାର ଗୁଡଭେଲା, ତୁରେଇକେଲା, ପାଟଣାଗଡ ଓ ସଇଁତଳାରେ ସ୍ବାଭାବିକ ବୃଷ୍ଟିପାତ େହାଇଥିବା ବେଳେ ଅନ୍ୟ ୧୦ଟି ବ୍ଲକ ସ୍ବଳ୍ପ ବୃଷ୍ଟିପାତ କାରଣରୁ ବିପଦରେ।

ଅନ୍ୟପଟେ ୨୦ ତାରିଖ ପର୍ଯ୍ୟନ୍ତ ହିସାବକୁ ନେଇ ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟରୁ ମିଳିଥିବା ରିେପାର୍ଟକୁ ନିେରଖି ଦେଖିଲେ ଜଣାପଡୁଛି େଯ ପ୍ରଭାବିତ ଜିଲ୍ଲା ସଂଖ୍ୟା ୨୨କୁ ବଢିଗଲାଣି। ୬ଟି ଜିଲ୍ଲା ସ୍ଥିତି ଅତି ଭୟଙ୍କର। ଏଠାରେ ୩୯% ରୁ ୫୯%ପର୍ଯ୍ୟନ୍ତ କମ୍ ବର୍ଷା େହାଇଛି। ସେଗୁଡିକ ହେଲା, କନ୍ଧମାଳ (୩୯.୮%) , େଦବଗଡ (୪୦.୪%), ମୟୂରଭଂଜ (୪୨%), ଅନୁଗୁଳ (୪୨.୧%), ଗଜପତି (୪୪.୫%) ଓ ସୁନ୍ଦରଗଡ (୪୯.୩%)। ବାକି ୧୬ଟି ଜିଲ୍ଲାରେ ସ୍ବାଭାବିକ ଠାରୁ ୧୯%ରୁ ୩୯% ପର୍ଯ୍ୟନ୍ତ ବର୍ଷା କମିଛି।

ଏହି ତଥ୍ୟ ଆହୁରି ସୂଚାଉଛି େଯ ବାଲେଶ୍ବରର ସିମୁଳିଆ, କଟକର ନିଆଳି, କଟକ ସଦର, କଣ୍ଟାପଡା, ଯାଜପୁରର ସୁକିନ୍ଦା, କଳାହାଣ୍ଡିର ଥୁଆମୂଳ ରାମପୁର, େଗାଲାମୁଣ୍ଡା, େଖାର୍ଧାର ବାଲିଅନ୍ତା, ବାଲିପାଟଣା, େକାରାପୁଟର କୋଟପାଡ, ବୈପାରିଗୁଡା, ସିମିଳିଗୁ଼ଡା, ମାଲକାନଗିରିର େକାରକୁଣ୍ଡା, ପୁରୀର କୃଷ୍ଣପ୍ରସାଦ, କଣାସ ଓ ରାୟଗଡାର କାଶୀପୁରରେ ସ୍ବାଭାବିକ ଠାରୁ ଅଧିକ ବର୍ଷା େହାଇଛି। କିନ୍ତୁ ୮୯ଟି ବ୍ଲକରେ ୧୯% କମ୍ ବର୍ଷା େହାଇଛି। ୧୧୩ଟି ବ୍ଲକରେ ୧୯ରୁ ୩୯% ଓ ୭୫ଟି ବ୍ଲକରେ ୫୯% ପର୍ଯ୍ୟନ୍ତ ବର୍ଷା ପରିମାଣ କମିଛି। ୨୧ଟି ବ୍ଲକରେ ୫୯%ରୁ କମ୍ ବର୍ଷା େହାଇଛି।

କୃଷି ଓ କୃଷକ ସଶକ୍ତୀକରଣ ବିଭାଗରୁ ମିଳିଥିବା ତଥ୍ୟ ସଂପର୍କରେ ସୂଚନା େଦଇ ମନ୍ତ୍ରୀ କହିଥିଲେ, ଖରିଫ ଋତୁରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ େକତେକ ଅଞ୍ଚଳରେ ବିହନ ବୁଣା ପ୍ରକ୍ରିୟାରେ ସାମାନ୍ୟ ବିଳମ୍ବ ଘଟିଛି। ଏଯାଏ ୧୨.୩୧ଲକ୍ଷ େହକ୍ଟର ଜମିରେ ଧାନ ବିହନ ବୁଣା କାର୍ଯ୍ୟ ସମ୍ପର୍ଣ୍ଣ େହାଇଛି। ଅନ୍ୟାନ୍ୟ ଫସଲ ମିଶାଇଲେ, ଏହାର ପରିମାଣ ୨୦.୯୯ ଲକ୍ଷ େହକ୍ଟର ହେବ। ଏବର୍ଷ ୨୦.୧୪ଲକ୍ଷ ହେକ୍ଟର ଜମିରେ ବିହନ ବୁଣା କାର୍ଯ୍ୟ ସରିଛି। ରୁଆ କାର୍ଯ୍ୟ ଆରମ୍ଭ େହାଇପାରିନାହିଁ।

ମନ୍ତ୍ରୀ କହିଥିଲେ, କୃଷି ଉତ୍ପାଦନ କମିସନରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ଏହି କମିଟି ପ୍ରତି ସପ୍ତାହରେ ପାଣିପାଗ ଓ କୃଷି ସମ୍ବନ୍ଧୀୟ ପରିସ୍ଥିତି ସମୀକ୍ଷା କରୁଛନ୍ତି। େକନ୍ଦ୍ର ସରକାରଙ୍କ ସ୍ତରରେ େକନ୍ଦ୍ରୀୟ ମରୁଡ଼ି ରିଲିଫ୍ କମିସନରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ େହାଇଛି। ସେମାନେ ବି ସ୍ଥିତି ସମୀକ୍ଷା କରୁଛନ୍ତି। ଜିଲ୍ଲାରେ ମଧ୍ୟ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କମିଟି ରହିଛି।

ମନ୍ତ୍ରୀ କହିଥିଲେ, ନିଅଣ୍ଟିଆ ବର୍ଷା ଦୃଷ୍ଟିରୁ ବିଭିନ୍ନ କେନାଲରେ ପାଣି ଛଡାଯାଇଛି। ଆଗକୁ ଯଦି ଆବଶ୍ୟକ ପରିମାଣ ବର୍ଷା ନ ହୁଏ, ତେବେ ସରକାର ପଦକ୍ଷେପ ନେବେ।

ସମ୍ବନ୍ଧିତ ଖବର