ପୋଖରୀରେ ବୁଡି ତିନି ନାବାଳିକାଙ୍କ ମୃତ୍ୟୁ: ଖୋର୍ଦ୍ଧା ବୋରିଆ ସାହିରେ ଶୋକାକୂଳ ବାତାବରଣ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ବୋରିଆ ସାହିରେ ଥିବା ପୋଖରୀରେ ବୁଡି ବୁଧବାର ତିନିଜଣ ନାବାଳିକାଙ୍କ ମୃତ୍ୟୁ ଘଟିଛି ।

ସୂଚନାଯୋଗ୍ୟ, ବୋରିଆ ସାହିର ଗଣେଶ ବିଶ୍ୱାଳଙ୍କ ଘରକୁ ଖଡ଼ିକାପଲ୍ଲୀ ଗ୍ରାମର ସନ୍ତୋଷ ସାହୁଙ୍କ ଝିଅ ରାଣୀ (୬ବର୍ଷ), ଲମ୍ବଧରପୁର ଗ୍ରାମର କବି ସିଂହଙ୍କ ଝିଅ ରୁବି (୮ବର୍ଷ) ବୁଲିବାକୁ ଆସିଥିଲେ। ରାଣୀ ଓ ରୁବି ସାଙ୍ଗ ହୋଇ ଗଣେଶ ବିଶ୍ୱାଳଙ୍କ ଝିଅ ଅର୍ଚ୍ଚିତା ସହିତ ପାଖ ପୋଖରୀକୁ ଗାଧୋଇବା ପାଇଁ ଦିନ ୧୨ଟା ସମୟରେ ଯାଇଥିଲେ।

ତେବେ ଘରକୁ ଫେରିବାରେ ବିଳମ୍ବ ହେବାରୁ ଘର ଲୋକ ଖୋଜାଖୋଜି ଆରମ୍ଭ କରିଥିଲେ। ତିନିଜଣ ଝିଅଙ୍କ କୌଣସି ସୂଚନା ନ ପାଇବାରୁ ସେମାନେ ପୋଖରୀ ପାଖକୁ ଆସି ଦେଖିଲା ବେଳକୁ ତିନିଜଣଙ୍କ ନିଶ୍ଚଳ ଶରୀର ପାଣିରେ ଭାସୁଥିଲା। ସଙ୍ଗେସଙ୍ଗେ ଗ୍ରାମବାସୀ ରାଣୀ, ରୁବି ଓ ଅର୍ଚ୍ଚିତାଙ୍କୁ ଉଦ୍ଧାର କରି ବାଲୁଗାଁ ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ତିିନିଜଣଙ୍କୁ ମୃତ ବୋଲି ଘୋଷଣା କରିବା ପରେ ଗ୍ରାମରେ ଶୋକକୂଳ ବାତାବରଣ ଖେଳି ଯାଇଛି।

ସମ୍ବନ୍ଧିତ ଖବର