ପୋଖରୀରେ ବୁଡ଼ି ଶିଶୁ ମୃତ

ଦାନଗଦୀ: କଳିଙ୍ଗନଗର ଥାନା ଅନ୍ତର୍ଗତ ଶାଳିଜଙ୍ଗା ପଞ୍ଚାୟତ ଦୁର୍ଗାପୁର (ଖଡ଼ିହୁଡ଼ି) ଗ୍ରାମରେ ଆଜି ପୋଖରୀରେ ବୁଡ଼ି ଜଣେ ଶିଶୁର ମୃତ୍ୟୁ ହୋଇଛି। ମୃତ ଶିଶୁ ଖଡ଼ିହୁଡ଼ି ଗ୍ରାମର ଅଜୟ ସିରିକାଙ୍କ ପୁଅ ଯୋଦସ ସିରିକା(୫)। ଗତକାଲି ସନ୍ଧ୍ୟାରେ ନାବାଳକଟି ଖେଳିବାକୁ ଯାଇ ନିଖୋଜ ହୋଇଯାଇଥିଲା।

ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ତାର ପତ୍ତା ମିଳିନଥିଲା। ଫଳରେ ଗତକାଲି ରାତିରେ କଳିଙ୍ଗନଗର ଥାନାରେ ଅଭିଯୋଗ କରାଯାଇଥିଲା। ଆଜି ସକାଳେ ଗାଁ ପୋଖରୀରେ ଏକ ଶିଶୁର ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର