ରେଢ଼ାଖୋଲ: ଚାରମାଳ ଥାନା ବଡମାଳ ଫାଣ୍ତି ଚକାମୁଣ୍ତା ଗ୍ରାମର କିଶୋର କଲତା (୨୬)ଙ୍କ ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଥିବା ଜଣାଯାଇଛି। କିଶୋର ବୁଧବାରଠାରୁ ଘରକୁ କୁଆଡ଼େ ଚାଲି ଯାଇଥିଲେ। ଶୁକ୍ରବାର ତାଙ୍କ ମୃତଦେହ ପଲସାମାଲ ଗାଁ ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା।
ପୁଲିସ ଶବ ଜବତ କରି ରେଢ଼ାଖୋଲ ଡାକ୍ତରଖାନାକୁ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଚାରମାଳ ଥାନା ଅଧିକାରୀ ବସନ୍ତ ଦଳାଇ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/dead.jpg)