ଦେବଗଡ଼/ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ଥାନା ତେନ୍ତଳାବାହାଳ ପଞ୍ଚାୟତ ରେଙ୍ଗାଳନାଳୀ ଗାଁ ପୋଖରୀରେ ବୁଡ଼ି ଶୁକ୍ରବାର ଜଣେ ୪ ବର୍ଷୀୟା ଶିଶୁକନ୍ୟାର ମୃତ୍ୟୁ ଘଟିଛି। ମୃତ ଶିଶୁ କୋହ୍ଲବସା ପଞ୍ଚାୟତ ଅର୍ଜୁନଝରି ଗାଁର ବସନ୍ତ ସୁହୁଳାଙ୍କ ଝିଅ ଶର୍ମିଳା ସୁହୁଳା।
ବସନ୍ତଙ୍କ ଶ୍ବଶୁରଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କୁ ଦେଖିବା ପାଇଁ ସେ ସ୍ତ୍ରୀ ଓ ଝିଅ ଶର୍ମିଳା ସହିତ ଶ୍ବଶୁର ଘର ରେଙ୍ଗାଳନାଳୀକୁ ଆସିଥିଲେ। ଶର୍ମିଳା ଘର ନିକଟରେ ଖେଳୁଥିବା ବେଳେ ଅସାବଧାନତାବଶତଃ ପୋଖରୀ ନିକଟକୁ ଚାଲିଯାଇଥିଲା। ପରିବାର ଲୋକେ ଜାଣିପାରି ନଥିଲେ। କିଛି ସମୟ ପରେ ଶିଶୁକୁ ନପାଇ ପରିବାର ଲୋକ ଖୋଜାଖୋଜି କରିଥିଲେ। ପରେ ପୋଖରୀରୁ ଶିଶୁକୁ ଉଦ୍ଧାର କରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଦେବଗଡ଼ ଆଦର୍ଶ ଥାନା ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/dead.jpg)